latest

୫୦ରୁ ୫୯ ବର୍ଷରେ ମହିଳା ଓ ପୁରୁଷ ମାସକୁ ୧୦ଥର ଯୌନ ସମ୍ପର୍କ ରଖିଥା’ନ୍ତି

Spread the love

ସର୍ଭେ ରିପୋର୍ଟ ଅନୁଯାୟୀ ୫୦ରୁ ୫୯ ବର୍ଷରେ ମହିଳା ଓ ପୁରୁଷ ମାସକୁ ୧୦ଥର ଯୌନ ସମ୍ପର୍କ ରଖିଥା’ନ୍ତି। ବିଭିନ୍ନ ଯୌନୋଦ୍ଦୀପକ ଉପକରଣ ପାଇଁ ଆକର୍ଷିତ ହୋଇଥାନ୍ତି ୭୧% ପୁରୁଷ ଏବଂ ୪୮% ମହିଳା। ଡକ୍ଟର ନାରାୟଣ ରେଡ୍ଡି ନାମକ ଜଣେ ଯୌନ ବିଶେଷଜ୍ଞଙ୍କ ସଦ୍ୟ ଗବେଷଣାରୁ ଏଭଳି କଥା ଜଣାପଡିଛି।

ଡକ୍ଟର ରେଡ୍ଡି କହିଛନ୍ତି ଲୋକେ ଭାବନ୍ତି ୫୦ ବର୍ଷ ଅତିକ୍ରମ କରିବା ପରେ ସବୁକିଛି ସରିଗଲା। କିନ୍ତୁ ଏହା ସତ ନୁହେଁ। ମୁଁ ଲୋକଙ୍କୁ ଜଣାଇବାକୁ ଚାହେଁ ବୟସ ବଢିଗଲେ ସବୁକିଛି ସରିଯାଏନି କେବଳ ଉତ୍ସାହ ଧୀମା ହୋଇଯାଏ। ସେ ୫୦ରୁ ୯୧ ବର୍ଷ ବୟସର ଲୋକଙ୍କୁ ଏହି ସର୍ଭେ ପାଇଁ ନେଇଥିଲେ। ୨୦୭୧ ଜଣ ବ୍ୟକ୍ତିଙ୍କ ମଧ୍ୟରେ ଥିଲେ ୭୨.୯୧% ପୁରୁଷ ଓ ୨୭.୦୯% ମହିଳା।

ସେ କହିଛନ୍ତି ଜୀବନ କାଳ ବଢ଼ିଲେ ବି ଉତ୍ତମ ଚିକିତ୍ସା ଦ୍ଵାରା ଏହି ଲୋକମାନେ ସୁସ୍ଥ ରହିପାରିବେ। ୧୯୫୦ ମସିହାରେ ଭାରତୀୟଙ୍କ ହାରାହାରି ଜୀବନକାଳ ପୁରୁଷ-୪୦ ଓ ମହିଳାଙ୍କ କ୍ଷେତ୍ରରେ ଥିଲା ୩୮ବର୍ଷ। ୨୦୧୧ ବେଳକୁ ଏଥିରେ ବହୁ ପରିବର୍ତ୍ତନ ଆସିଛି। ଏଥିରୁ ଜଣାପଡ଼ିଛି ବାହାଘର (ଆରେଞ୍ଜଡ୍‌ ମ୍ୟାରେଜ୍‌) ପରେ ମହିଳାମାନେ କିଛି ଦିନ ଯାଏ ଠିକ୍‌ରେ ସହଯୋଗ କରିନଥା’ନ୍ତି। ଏକାଠି ରହିବା କିଛି ଦିନ ପରେ ଏହି ସମସ୍ୟାର ସମାଧାନ ହୋଇଯାଏ। ତେବେ ୨୯.୮୭ ପୁରୁଷ ଓ ୧୬.୭୬ ମହିଳା ସ୍ୱାମୀ ବା ସ୍ତ୍ରୀଙ୍କ ବ୍ୟତୀତ ଆଉ କାହା ସହ ସମ୍ପର୍କ ରଖିଥିବା କହିଛନ୍ତି। ୨୩.୯୫% ପୁରୁଷ କହିଛନ୍ତି ।

୪% ମହିଳା କହିଛନ୍ତି ସେମାନେ ପ୍ରେମରେ ପଡ଼ି ଏପରି କରିଛନ୍ତି। ସେହିପରି ୬.୩୮% ମହିଳା କହିଛନ୍ତି ସେମାନେ ଶାରିରୀକ ଆବଶ୍ୟକତା କାରଣରୁ ଏଭଳି କରିଛନ୍ତି।

ଡକ୍ଟର ରେଡ୍ଡିଙ୍କ ସୂଚନା ହେଲା ବୟସ୍କ ଲୋକଙ୍କ ଯୌନ ଆବଶ୍ୟକତା ବାବଦରେ କେହି ଚିନ୍ତା କରନ୍ତିନି। ପିଲାମାନେ ଭାବନ୍ତି ସେମାନଙ୍କର ଏହି ଇଛାଟି ମରିଯାଇଛି। ଭାରତରେ ବୟସ ହୋଇଯିବା ପରେ ବା ପିଲାମାନେ ବିବାହ ବୟସରେ ଉପନୀତ ହେବାବେଳକୁ ସ୍ୱାମୀ ସ୍ତ୍ରୀଙ୍କ ଶୋଇବା ଘର ବଦଳିଯାଏ। ସେମାନେ ନାତି ନାତୁଣୀଙ୍କୁ ଖେଳାଇବା ଭିତରେ ଝାଉଁଳି କଥା ଭୁଲିଯା’ନ୍ତି ବୋଲି ସେ କହିଛନ୍ତି।

Tags: