latest

୪ କିଲୋ ସୁନା ଓ ୨ କୋଟି ଟଙ୍କାରେ ମାଆ

Spread the love

ବିଶାଖାପାଟଣାର ମା କାନାୟାକା ପରମେଶ୍ବରୀ। ଦଶହରା ଅବସରରେ ମାଙ୍କୁ ଖାସ୍‌ ବେଶରେ ସଜ୍ଜିତ କରାଯାଇଛି। ମାଙ୍କୁ ଟଙ୍କା ଓ ସୁନାରେ ସଜାଯାଇଛି। ମାଙ୍କୁ ଯେତିକି ପରିମାଣରେ ସୁନାରେ ସଜାଯାଇଛି ତାହା ପ୍ରାୟ ୪ କିଲୋ ହେବ। ଆଉ ଆପଣ ଦେଖୁଥିବା ଏସବୁ ଟଙ୍କା ମିଶାଇଲେ ୨ କୋଟି ଟଙ୍କା ହେବ। କେବଳ ମାଙ୍କ ଗର୍ଭଗୃହ ନୁହେଁ ବାହାରିଭାଗକୁ ମଧ୍ୟ ସୁନାରେ ସଜାଯାଇଛି। 

ପ୍ରାୟ ୨ଶହ ଭକ୍ତ ଏସବୁ ସୁନା ଓ ଟଙ୍କା ମନ୍ଦିରକୁ ଅର୍ପଣ କରିଛନ୍ତି। ୧ ଟଙ୍କାରୁ ଆରମ୍ଭ କରି ୨ ହଜାର ଟଙ୍କାର ନୋଟ ସାଜସଜ୍ଜାରେ ବ୍ୟବହାର କରାଯାଇଛି। ଏବେ ଦଶହରା ସମୟରେ ମାଙ୍କୁ ଦର୍ଶନ ପାଇଁ ବହୁ ସଂଖ୍ୟାରେ ଭକ୍ତଙ୍କ ଭିଡ଼ ହୋଇଥାଏ।

Tags: