latest

“ମୁଖ୍ୟମନ୍ତ୍ରୀ ଅଧା ରାବଣ, ନିରଞ୍ଜନ ପଟ୍ଟନାୟକ ରାମ” ନାରୀଙ୍କୁ ଅନାନ୍ତିନି

Spread the love

 ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଧା ରାବଣ ।  କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ  ରାମ ଚରିତ୍ର ବୋଲି ଗଣମାଧ୍ୟମ ସମ୍ମୁଖରେ ବଖାଣିଛନ୍ତି ସୁର ରାଉତରାୟ।  ଓଡ଼ିଶା ରାଜନୀତିରେ ସବୁ ଦଳରେ ରାବଣ ଅଛନ୍ତି, ଆମ ଦଳରେ ବି ଅଛନ୍ତି। ବିଜେଡିରେ ତ ଗୋଟିଏ ରାବଣ, ସିଏ କର୍ମଚାରୀଙ୍କୁ ଧରି ଶାସନ କରୁଛନ୍ତି। ନବୀନ ରାମ ଥିଲେ, ମଝିରେ ରାବଣ ହେଲେ।  ପରେ ରାମ ଆଉ ଏବେ ଅଧା ରାବଣ। ସେପରି ବିଜେପିର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୂର୍ବରୁ ରାମ ଥିଲେ, ରାବଣ ହେଲେ,  ପୁଣି ଏବେ ଅଧା ରାବଣ ଅଛନ୍ତି।

ନିଜ ଦଳର ନେତା ତଥା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୁନ୍ଦର ରାମ ଚରିତ୍ର; ଭଦ୍ର ଏବଂ ସରଳ ଲୋକ। ସେ ହେଉଛନ୍ତି ଜ୍ଞାନର ଭଣ୍ଡାର, ଧନର ଭଣ୍ଡାର। ସେ ମଦ ଛୁଅନ୍ତିନି କି ନାରୀଙ୍କୁ ଅନାନ୍ତିନି। 

ସେହିପରି ରାଜ୍ୟ ମୁଖିଆ ନବୀନ ବାବୁଙ୍କର ବି ନାରୀ ପ୍ରୀତି ନାହିଁ। ତେବେ ଇନ୍ଦ୍ରଙ୍କ ମେହଫିଲରେ ଯାହା ଚଳେ, ତାଙ୍କର ଚଳେ ବୋଲି କହିଛନ୍ତି ସୁର।

ଏହାପରେ ନିଜ ବିଷୟରେ ମଧ୍ୟ ବଖାଣିଲେ ସୁର ରାଉତରାୟ। କହିଲେ ଲୋକଙ୍କ କାମ ଲାଗି ମୁଁ ରାବଣ ହେବାକୁ ମଧ୍ୟ ପଛାଏ ନାହିଁ। ଲୋକଙ୍କ କାମ ପାଇଁ ମୁଁ ରାବଣଠୁ ବି ରାବଣ ହୋଇଯାଏ ବୋଲି କହିଲେ ସୁର। ଗରୀବ ଲୋକଙ୍କ ପାଇଁ ବେଳେବେଳେ ରାବଣ ପରି ବ୍ୟବହାର କରିବାକୁ ପଡ଼େ। ଦଳଠୁ ଊର୍ଦ୍ଧ୍ୱକୁ ଯାଇ ଲୋକଙ୍କ କାମ ହେବା ଦରକାର। ଦଳ କାମ ଦଳରେ। କିନ୍ତୁ ଲୋକଙ୍କ କାମରେ କୌଣସି ପ୍ରକାର ବୁଝାମଣା ନାହିଁ ବୋଲି କହିଛନ୍ତି ସୁର।

Tags: