latest

ପୁଅ ନାଁ ରାବଣ, ଦୁର୍ଯୋଧନ , ଘରର ନାଁ ମୃତ୍ୟୁ…

Spread the love

ବ୍ୟବସାୟ ଏବଂ ପ୍ରସିଦ୍ଧିକୁ ନେଇ ଯେତେ ଚର୍ଚ୍ଚା ନାହିଁ ତାଠାରୁ ଅଧିକ ଚର୍ଚ୍ଚା ରହିଛି ଅନ୍ଧବିଶ୍ୱାସକୁ ନେଇ। ବାବୁ ବଘାନୀ ଯେତେବେଳେ ପ୍ରଥମଥର ପାଇଁ ପିତା ହେବାର ସୌଭାଗ୍ୟ ଅର୍ଜନ କଲେ ସେ ତାଙ୍କ ପ୍ରଥମ ପୁଅ ନାଁ ରାବଣ ଦେଇଥିଲେ । ଲୋକମାନଙ୍କୁ ଏଭଳି ଏକ ନାଁ ରଖିଥିବା ପିତାଙ୍କ ଚିନ୍ତା ଉପରେ ଆଶ୍ଚର୍ଯ୍ୟ ହେଲା କିନ୍ତୁ ବଘାନୀଙ୍କ ଉପରେ ଏହାର କିଛି ଫରକ ପଡିଲା ନାହିଁ । ସେ ନିଜ ଦ୍ୱିତୀୟ ପୁଅର ନାଁ ମହାଭାରତର ଖଳନାୟକ ଦୁର୍ଯୋଧନ ରଖିଥିଲେl ଏହାପରେ ସମାଜରୁ ଅନ୍ଧବିଶ୍ୱାସର ରୋଗ ଦୂରେଇବା ପାଇଁ ସେ ଘରର ବାସ୍ତୁକୁ ମଧ୍ୟ ବଦଳାଇ ଦେଲେ ଏବଂ ଘର ନାଁ ‘ମୃତ୍ୟୁ’ ରଖିଦେଲେ ।

ମାତ୍ର ଅଷ୍ଟମ ଶ୍ରେଣୀ ଯାଏଁ ପାଠ ପଢିଥିôବା ବଘାନୀ କୁହନ୍ତି , ଅନ୍ଧବିଶ୍ୱାସ ପାଇଁ ମୋ ଜୀବନରେ କୌଣସି ସ୍ଥାନ ନାହିଁ । ଅର୍ଥ ଅଭାବରୁ ଅଧାରେ ପାଠ ଛାଡିଥିବା ବଘାନୀଙ୍କୁ ଶିକ୍ଷାର ଏତେ ମୋହ ଥିଲା ଯେ ସେ ଲାଓ-ସି , କନଫୁସିୟସ୍, ମୁସା, ମହମ୍ମଦ , ମହାବୀର,ଜୀସସ୍ ଭଳି ଧାର୍ମିକ ଏବଂ ଦାର୍ଶନିକ ଗ୍ରନ୍ଥ ପଢିବାକୁ ଲାଗିଥିଲେ । ବଘାନୀ କୁହନ୍ତି , ଲୋକଙ୍କୁ ରାବଣର ପୁତ୍ତଳିକା ଜାଳିବା ପୂର୍ବରୁ ଧର୍ମ ସହ ଜଡିତ ଥିବା ଅନ୍ଧବିଶ୍ୱାସକୁ ଜଳାଇବା ଦରକାର ।

Tags: