ରାଜ୍ୟ ରାଜନୀତିରେ ରଙ୍ଗ ମାରିଛି ଲେମ୍ବୁ

Spread the News

ଫ୍ରାନ୍ସରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବହୁ ପ୍ରତିକ୍ଷୀତ ରାଫେଲ ବିମାନକୁ ପୂଜା କରିବା ପରେ ଆରମ୍ଭ ହୋଇଛି ରାଜନୀତି । ଗତକାଲି ଶସ୍ତ୍ରପୂଜା ବେଳେ ରାଜନାଥ ରାଫେଲରେ ଓଁ ଲେଖିବା ସହ ଭାରତୀୟ ପରମ୍ପରା ଅନୁସାରେ ବିମାନ ଚକ ତଳେ ଲେମ୍ବୁ ରଖିଥିଲେ । ଆଉ ଫ୍ରାନରେ ଲେମ୍ବୁ ଚାପି ରାଫେଲ ଆକାଶରେ ଉଡିବା ପରେ ଭାରତରେ ଆରମ୍ଭ ହୋଇଛି ‘ଲେମ୍ବୁ ରାଜନୀତି’ l

ରାଜ୍ୟରେ ମଧ୍ୟ ରାଫେଲ ରାଜନୀତିରେ ରଙ୍ଗ ମାରିଛି ଲେମ୍ବୁ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଏହା ବିଜେପିର ଲୋକ ଦେଖାଣିଆ କାମ ବୋଲି କହିଥିବା ବେଳେ ମୋଦିଙ୍କ ଗୁମ୍ଫା ତପସ୍ୟାର ଉଦାହରଣ ଦେଇଛନ୍ତି । ତେବେ ଲୋକଙ୍କ ଭାବାବେଗ ସହ ଖେଳିବା ସମ୍ବିଧାନ ବିରୋଧୀ ବୋଲି ନିରଞ୍ଜନ କହିଛନ୍ତି । ସେହିପରି ସିପିଆଇ ନେତା ରାମକୃଷ୍ଣ ପଣ୍ଡା କହିଛନ୍ତି କି ଯେଉଁ ରାଫେଲ ଦେଶକୁ ସୁରକ୍ଷା ଦେବାକୁ ଆସୁଛି ତାକୁ ଲେମ୍ବୁ ଲଙ୍କା କେମିତି ସୁରକ୍ଷା ଦେବ ବୋଲି ସେ ପ୍ରଶ୍ନ କରିଛନ୍ତି । ତେବେ ବିରୋଧୀଙ୍କ ସମାଲୋଚନାକୁ ଖଣ୍ଡନ କରିଛି ବିଜେପି । ଆଉ କହିଛି ପୋଖରୀଏ ପାଣିରେ ବୁନ୍ଦାଏ ବିଷ ମିଶାଇବା ବିରୋଧୀଙ୍କ କାମ ।

Tags: