latest

ଚିର ସବୁଜ ଖୋକା ଭାଇଙ୍କ ଜନ୍ମଦିନ

Spread the love

ଓଡ଼ିଆ ସଙ୍ଗୀତ ଜଗତର ବେତାଜ ବାଦଶାହା  ତଥା ଖୋକାବାଇ ଅକ୍ଷୟ ମହାନ୍ତିଙ୍କ ଆଜି ହେଉଛି ଜନ୍ମ ଦିନ ।  ଏକାଧାରାରେ ଗାୟକ, ଗୀତିକାର, ସଂଙ୍ଗୀତ ନିର୍ଦ୍ଦେଶକ ଓ ସାହିତ୍ୟିକ ମଧ୍ୟ । ଓଡ଼ିଆ ସଙ୍ଗୀତରେ ତାଙ୍କର ବିରଳ ଭାବଭଙ୍ଗୀ ଓ ପ୍ରୟୋଗ ଏକ ବିରଳ ଦୃଷ୍ଟାନ୍ତ । ତାଙ୍କ ସଙ୍ଗୀତର ପ୍ରବାହ ଆଜି ବି ଉଲ୍ଲସିତ କରେ ଜନମାନସକୁ । ଓଡିଶା ସିନେମାଜଗତକୁ ନୂଆ ପରିଚୟ ଦେଇଥିବା ଖୋକା ଭାଇ ସିନା ଆଜି ଆମ ଗହଣରେ ନାହାନ୍ତି କିନ୍ତୁ ତାଙ୍କ ଗୀତ ଆଜି ସମସ୍ତଙ୍କ ହୃଦୟରେ ଗୁଣୁଗୁଣୁ ହୋଇ ବାଜୁଛି।  1973 ମସିହା ଅକ୍ଟୋବର 12 ତାରିଖରେ ଅକ୍ଷୟ ମହାନ୍ତିଙ୍କର ଜନ୍ମ । ବିଚିତ୍ରାନନ୍ଦ ମହାନ୍ତି ଓ ସୁବର୍ଣ୍ଣା ମଞ୍ଜରୀ ମହାନ୍ତିଙ୍କ କୋଳରେ ଜନ୍ମ ହୋଇଥିଲେ ଅକ୍ଷୟ ମହାନ୍ତି ।

ଆକାଶ ବାଣୀ କଟକକେନ୍ଦ୍ରରୁ 1963 ମସିହାରେ ଜଣେ ଗୀତିକାର ଭାବେ ଅକ୍ଷୟ ମହାନ୍ତିଙ୍କୁ ସ୍ବୀକୃତି ମିଳିଥିଲା । 1959 ମସିହା ପରଠୁ ଜଣେ ସଂଗୀତ ନିର୍ଦ୍ଦେଶକ ଭାବେ ଆକାଶବାଣୀ କଟକ କେନ୍ଦ୍ରରୁ ଶୁଭିଥିଲା ତାଙ୍କ ସଂଗୀତର ଝଙ୍କାର । ଓଡିଆ ସିନେମା ଜଗତରେ ଅକ୍ଷୟ ମହାନ୍ତିଙ୍କ ପ୍ରଥମ ଚଳଚ୍ଚିତ୍ର ଥିଲା, ‘ ମଲାଜହ୍ନ’ । ଖୋକା ଭାଇଙ୍କୁ ଏହି ଚଳଚ୍ଚିତ୍ରରେ ସୁଯୋଗ ଦେଇଥିଲେ ନିର୍ଦ୍ଦେଶକ ନିତାଇ ପାଲିତ । ଏହାପରେ ସେ ଆଉ ପଛକୁ ଫେରି  ନଥିଲେ ।