latest

ବିଜେପିରୁ ଇସ୍ତଫା ଦେଲେ ଅଶୋକ ପାଣିଗ୍ରାହୀ

Spread the love

 ବିଜେପିରୁ ଇସ୍ତଫା ଦେଲେ ବରିଷ୍ଠ ନେତା ଅଶୋକ ପାଣିଗ୍ରାହୀ। 2018 ବିଜେପୁର ଉପନିର୍ବାଚନରେ ସେ ବିଜେପିରୁ ପ୍ରାର୍ଥୀ ହୋଇଥିଲେ। ବିଜେଡିରୁ ସସ୍‌ପେଣ୍ଡ ହେବା ପରେ ସେ ବିଜେପିରେ ମିଶି ପ୍ରାର୍ଥୀ ହୋଇଥିଲେ। ତେବେ ଦଳ ତାଙ୍କୁ ଗୁରୁତ୍ୱ ନଦେବାରୁ ସେ ଇସ୍ତଫା ଦେଇଥିବା କହିଛନ୍ତି। ଶ୍ରୀ ପାଣିଗ୍ରାହୀ କହିଛନ୍ତି-“ଦଳ ମୋତେ ବିଶ୍ୱାସ କଲାନି। କୌଣସି ପ୍ରକାର ଦାୟିତ୍ୱ ଦେଲାନି। କର୍ମୀମାନଙ୍କ ପରାମର୍ଶରେ ମୁଁ ଇସ୍ତଫା ଦେବାକୁ ବାଧ୍ୟ ହେଲି। ଏଥିପାଇଁ ସେ ଦଳର ସାଙ୍ଗଠନିକ କାର୍ଯ୍ୟରେ ଥିବା ସଦସ୍ୟଙ୍କୁ ଦାୟୀ କରିଛନ୍ତି ।

Tags: