latest

କେନ୍ଦ୍ର ସରକାରଙ୍କ ନିୟମ, କିଣନ୍ତୁ ନାହିଁ ଏହି ଜିନିଷ, ନହେଲେ ଦେବାକୁ ପଡିବ 10000-25000 ଜୋରିମାନା

Spread the love

ନିଜର ସୁବିଧା ପାଇଁ ଲୋକମାନେ ବହୁ ଜିନିଷ କିଣନ୍ତି। ଏହି ଜିନିଷ ଅଦରକାରୀ ହୋଇଗଲେ ବାହାରେ ପିଙ୍ଗି ଦିଆଯାଇଥାଏ । ତେବେ ଏହି ଜିନିଷ ପରିବେଶକୁ ଦୂଷିତ କରିଥାଏ ।  ଏଭଳି ଜିନିଷ ବ୍ୟବହାର ଉପରେ କେନ୍ଦ୍ର ସରକାର କଟକଣା ଜାରି କରିଛନ୍ତି । ଯଦି ଏ ନିୟମ କେହି ବି ଉଲଂଘନ କରନ୍ତି ତେବେ ସେମାନଙ୍କୁ 10,000 ରୁ 25,000 ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡିବ।

 ପ୍ରଧାନମନ୍ତ୍ରୀଙ୍କ ସ୍ୱଚ୍ଛ-ଭାରତ ଅଭିଯାନକୁ ସମଗ୍ର ଦେଶବାସୀ ସ୍ୱାଗତ କରିଛନ୍ତି । ଏପରିକି ପ୍ରଧାନମନ୍ତ୍ରୀ ଜନ୍ମ ଦିନକୁ ସେବା ଦିବସ ଭାବେ ପାଳନ କରିବା ପାଇଁ ଘୋଷଣା ହୋଇଥିଲା । ମୋଦିଙ୍କ ଜନ୍ମ ଦିନରେ ବିଭିନ୍ନ ସ୍ଥାନରେ ଅଳିଆ ଆର୍ବଜନା ବିଜେପି କର୍ମୀଙ୍କ ସମେତ ସାଧାରଣ ଲୋକମାନେ ସଫା କରିଥିଲେ। ମଣିଷ ନିଜର ଆବଶ୍ୟକତା ଅନୁସାରେ ବିଭିନ୍ନ ଜିନିଷ ବ୍ୟବହାର କରିଥାଏ ।

ଘର ପାଇଁ ଏହି ଜିନିଷ କିଣି ବ୍ୟବହାର କରିବା ପରେ ଅଦରକାରୀ ହୋଇଗଲେ ଏହାକୁ ବାହାରେ ପିଙ୍ଗି ଦିଆଯାଇଥାଏ । ଲୋକମାନଙ୍କୁ ସତର୍କତା କରାଇବା ପାଇଁ ଏପରି ନିୟମ କଡ଼ାକଡ଼ି କରାଯାଇଛି। ଆପଣମାନେ ଜାଣିଥିବେ ପ୍ଲାଷ୍ଟିକ ବ୍ୟବହାର ଉପରେ ମୋଦି ସରକାର ପ୍ରତିବନ୍ଧକ ଲଗାଇଛନ୍ତି । ଏନେଇ ନଗର ନିଗମ ବିଭିନ୍ନ ସ୍ଥାନରେ ଯାଞ୍ଚ କରୁଛନ୍ତି । ସିଙ୍ଗିଲ ୟୁଜ ପ୍ଲାଷ୍ଟିକ ବ୍ୟବହାର କରୁଥିଲେ ଆପଣଙ୍କୁ 25,000 ଟଙ୍କା ଜୋରିମାନା ଦେବାକୁ ପଡ଼ିବ।

Tags: