latest

ଛଅ ଦିନପରେ ମିଳିଲା ଅର୍ଦ୍ଧଦଗ୍ଧ ମୃତଦେହ

Spread the love

ନିଖୋଜ ହେବାର 6 ଦିନପରେ ମିଳିଲା ମୃତଦେହ। ମାଲକାନଗିରି ଜିଲ୍ଲା ନିଳାଦ୍ରୀନଗରରେ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି । ଯୁବକ ଜଣଙ୍କ ଗତ 6 ଦିନ ହେବ ନିଖୋଜ ଥିଲେ । ମୃତ ଯୁବକ ଜଣଙ୍କ ହେଉଛନ୍ତି ନିର ସାମନ୍ତରାୟ । ଘରୁ ଚାଷ କାମ ପାଇଁ ଆସିଥିବା ବେଳେ ନିଖୋଜ ହୋଇଯାଇଥିବା । ପରେ ପରିବାର ଲୋକେ ତାଙ୍କୁ ଖୋଜା ଖୋଜି କରିବା ସହ ଅର୍କେଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ତେବେ ଆଜି ନିଖୋଜ ଯୁବକଙ୍କ ମୃତଦେହ ନୀଳାଦ୍ରିନଗର କଲେଜ ହେଷ୍ଟେଲ ନିକଟରୁ ଜବତ ହୋଇଛି । ବିଦ୍ୟୁତ୍ ଆଘାତରେ ଯୁବକ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ୁଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବିଦ୍ୟୁତ୍ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କୁ ଘଟଣାସ୍ଥଳରେ ଅଟକ ରଖିଛନ୍ତି ସ୍ଥାନୀୟ ଲୋକେ । ଉତ୍ତ୍ୟକ୍ତ ଲୋକଙ୍କୁ ପୋଲିସ ବୁଝା ସୁଝା କରୁଛି ।

Tags: