ମାରିକମ୍ ନିରାଶ

Spread the love

ଋଷର ଉଲାନ ଉଦେ ସହରରେ ଚାଲିଥିବା ବିଶ୍ୱ ବକ୍ସିଂ ଚାମ୍ପିଆନସିପରେ  6 ଥରର ଚାମ୍ପିଅନ ବକ୍ସର ଏମସି ମାରିକମ 51 କେଜି ସେମିଫାଇନାଲରେ ପରାସ୍ତ ହୋଇଛନ୍ତି । ଫଳରେ ତାଙ୍କୁ କାଂସ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡିଛି ।

ସେମିଫାଇନାଲରେ ଦ୍ୱିତୀୟ ରାଉଣ୍ଡରେ ତୁର୍କୀର ବୁସେନାଜ ସାକିରୋଗ୍ଲୁଙ୍କ ଠାରୁ 1-4 ରେ ପରାସ୍ତ ହେବା ପରେ ମେରିକମ ବିଶ୍ୱ ବକ୍ସିଂ ଚାମ୍ପିଅନସିପରେ ନିଜର ସପ୍ତମ ସ୍ୱର୍ଣ୍ଣ ପଦକ ପାଇବାରୁ ବଞ୍ଚିତ ହୋଇଛନ୍ତି । ତେବେ ସେମିଫାଇନାଲରେ ମିଳିଥିବା ପରାଜୟ ପରେ ଭାରତ ମ୍ୟାଚ ରେଫରୀଙ୍କ ନିଷ୍ପତି ବିରୋଧରେ ଅପିଲ କରିଛି ।

ଏହା ପୂର୍ବରୁ ସେମିଫାଇନାଲରେ ପହଁଚିବା ପରେ ସେ ମହିଳା ବିଶ୍ୱ ଚାମ୍ପିଅନସିପ ଇତିହାସର ସବୁଠାରୁ ସଫଳତମ ବକ୍ସର ହୋଇଥିଲେ । ସେହି ସମୟରେ ସେ ସେମିଫାଇନାଲରେ ପହଁଚି ନିଜର ଅଷ୍ଟମ ପଦକ ପକ୍କା କରିଥିଲେ । ସେ କ୍ୱାଟରଫାଇନାଲରେ କଲୋମ୍ବିଆର ଇଙ୍ଗୋଟ ବାଲାସିଆଙ୍କୁ 5-0ରେ ପରାସ୍ତ କରିଥିଲେ । ଏହାସହ 36 ବର୍ଷିୟା ଏହି ବକ୍ସର କାଂସ୍ୟ ପଦକ ପକ୍କା କରିଥିଲେ ।

କିଲୋଗ୍ରାମ ଭାରବର୍ଗରେ 6 ଥର ବିଶ୍ୱ ଚାମ୍ପିଆନ ରହିଥିବା ମାରିକମଙ୍କର 51କେଜି ବର୍ଗର ବିଶ୍ୱ ଚାମ୍ପିଅନସିପ ପ୍ରତଯୋଗିତାରେ ଏହା ହେଉଛି ପ୍ରଥମ ପଦକ । ଏହି ଇଭେଂଟରେ ସେ 2014 ଏସିଆଡରେ ସ୍ୱର୍ଣ୍ଣ, 2018 କମନୱେଲଥରେ ମଧ୍ୟ ସ୍ୱର୍ଣ୍ଣ ଜିତିଥିଲେ ।

Tags: