latest

ମୋଦୀ ମ୍ୟାଜିକ୍ , କାଶ୍ମୀର କଥା ଉଠାଇଲେ ନାହିଁ ଜିନପିଙ୍ଗ୍, ପଢନ୍ତୁ ପୁରା ଆଲୋଚନା

Spread the love

ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ବିଷୟରେ ଆଲୋଚନା ହୋଇଛି । ହେଲେ ଏଥିରେ କାଶ୍ମୀର ପ୍ରସଙ୍ଗରେ କୌଣସି ଆଲୋଚନା ହୋଇନାହିଁ ।  ବରଂ ଆତଙ୍କବାଦ ପ୍ରସଙ୍ଗରେ ବିସ୍ତୃତ ଭାବରେ ଆଲୋଚନା ହୋଇଛି । ଏନେଇ ବୈଦେଶିକ ସଚିବ ବିଜୟ ଗୋଖଲେ ଗଣମାଧ୍ୟମ ସମ୍ମିଳନୀରେ କହିଛନ୍ତି । ତେବେ ଦୁଇ ଶୀର୍ଷ ନେତାଙ୍କ ଆଲୋଚନାରେ କାଶ୍ମୀର ପ୍ରସଙ୍ଗ ନଉଠିବା ଏକ କୂଟନୈତିକ ବିଜୟ ବୋଲି କୁହାଯାଉଛି । 

ବୈଦେଶିକ ସଚିବ କହିଛନ୍ତି,  ଦୁଇ ନେତାଙ୍କ ମଧ୍ୟରେ ବହୁ ସମୟଧରି ହୋଇଥିବା ଚର୍ଚ୍ଚାରେ କାଶ୍ମୀର ପ୍ରସଙ୍ଗ ଉଠି ନଥିଲା। ବରଂ ଆତଙ୍କବାଦକୁ ମିଶି ସାମ୍ନା କରିବା ଉପରେ ଆଲୋଚନା ହୋଇଛି। ତେବେ କାଶ୍ମୀର ଭାରତର ଆଭ୍ୟନ୍ତରୀଣ ମାମଲା ହୋଇଥିବାରୁ ଚୀନ ସହ ଏନେଇ ଆମ୍ନାସାମ୍ନା ହେବ ନାହିଁ ବୋଲି ଭାରତରୁ ପ୍ରଥମରୁ ସ୍ପଷ୍ଟ କରିଥିଲା। ଯଦି ଚୀନର ରାଷ୍ଟ୍ରପତି କାଶ୍ମୀର ପ୍ରସଙ୍ଗ ଉଠାଇ ଥାନ୍ତେ ତେବେ ବି ସୁଦ୍ଧା ମୋଦୀ ଏନେଇ ସ୍ପଷ୍ଟ କରିଥାନ୍ତେ। 

ମାନ ସରୋବର ଯାତ୍ରୀଙ୍କ ସୁବିଧା ବିଷୟରେ ଆଲୋଚନା

ରାଷ୍ଟ୍ରପତି ସି ଜିନପିଙ୍ଗ କୈଳାସ ମାନସରୋବର ଯାଉଥିବା ଯାତ୍ରୀଙ୍କୁ ଅଧିକ ସୁବିଧା ଯୋଗେଇ ଦେବାକୁ କହିଛନ୍ତି। ଏତଦ୍ ବ୍ୟତୀତ ମୋଦୀ ତାମିଲନାଡୁ ଏବଂ ଚୀନ ପ୍ରାନ୍ତର ଫୁଜିଆନ ମଧ୍ୟରେ ସମ୍ପର୍କ ସୁଦୃଢ କରିବା କଥା ମଧ୍ୟ କହିଛନ୍ତି।

6 ଘଣ୍ଟା ଯାଏଁ ୱାନ୍ ଟୁ ୱାନ୍ ମିଟିଙ୍ଗ୍

ଗୋଖଲେ କହିଛନ୍ତି, ଦୁଇ ନେତାଙ୍କ ମଧ୍ୟରେ ଆଜି ପାଖାପାଖି 90 ମିନିଟ୍ ଯାଏଁ କଥାବାର୍ତ୍ତା ହୋଇଛି। ଏହାପରେ ଡେଲିଗେସନ ସ୍ତରରେ ଆଲୋଚନା ହୋଇଛି। ଏହାପରେ ମୋଦୀ ସିଙ୍କ ସମ୍ମାନରେ ମଦ୍ୟାହ୍ନ ଭୋଜନର ଆୟୋଜନ କରିଥିଲେ। ଏହି ସବୁ ମିଶାଇ ସମୁଦାୟ 6 ଘଣ୍ଟା ଯାଏଁ । ୱାନ ଟୁ ୱାନ ମିଟିଙ୍ଗ୍ ହୋଇଛି। 

ନୂଆ ବ୍ୟବସ୍ଥାରେ ବ୍ୟାପାର

ବୈଦେଶିକ ସଚିବ ବିଜୟ ଗୋଖଲେ କହିଛନ୍ତି କି, ବ୍ୟାପାର, ନିବେଶ ଏବଂ ସେବା ଉପରେ ଚର୍ଚ୍ଚା କରିବା ପାଇଁ ବ୍ୟବସ୍ଥାର ସ୍ଥାପନା କରାଯିବ। ଏଥିରେ ଚୀନ ତରଫରୁ ଉପପ୍ରଧାନମନ୍ତ୍ରୀ ହୁ ଶୁନ୍ହୁଆ ଏବଂ ଭାରତ ତରଫରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାମିଲ ହେବେ। ଏହି ଡେଲିଗେସନ ସ୍ତରରେ ଦୁଇ ଦେଶର ବ୍ୟକ୍ତିଙ୍କ ସହ ଏକ ବ୍ୟକ୍ତିର ସମ୍ପର୍କ ସୁଦୃଢ କରିବା ବିଷୟରେ ଆଲୋଚନା ହୋଇଛି।

Tags: