latest

କଟକ ବଡ ଡାକ୍ତରଖାନା 3 ମହଲା ଛାତରୁ ପଡି ରୋଗୀ ମୃତ

Spread the love

କଟକ ବଡ ଡାକ୍ତରଖାନା  3 ମହଲା ଛାତରୁ ପଡି ଜଣେ ବୟସ୍କ ରୋଗୀଙ୍କ ମୃତ୍ୟୁ ହୋଇଛି । ଏହି ରୋଗୀ 10 ଦିନ ତଳେ ଚିକିତ୍ସା ଲାଗି ଭର୍ତ୍ତି ହୋଇଥିଲେ ।  ରୋଗୀଙ୍କ ମୁଣ୍ଡ ଓ ଗୋଡରେ ଗଭୀର ଆଘାତ ଲାଗିଛି ।

ରୋଗୀଙ୍କ ସାଂଗରେ କୌଣସି ସମ୍ପର୍କୀୟ ନଥିବାବେଳେ ତାଙ୍କ ପରିଚୟ ମଧ୍ୟ ମିଳିପାରି ନାହିଁ । ମୃତ ରୋଗୀଙ୍କ ବୟସ 70 ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ତେବେ ୱାର୍ଡରେ ଥିବା ଏହି ରୋଗୀ ବାହାରକୁ କେମିତି ଆସିଲେ ଓ କେଉଁ ପରିସ୍ଥିତିରେ ସେ ତିନି ମହାଲା ଉପରୁ କେମିତି ପଡିଗଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି । ୱାର୍ଡ ଦାୟିତ୍ୱରେ ଥିବା ଡାକ୍ତର ଓ ଅନ୍ୟ କର୍ମଚାରୀଙ୍କ ଅବହେଳା ଦାୟୀ ବୋଲି କୁହାଯାଉଛି । ତେବେ ଏସସିବି କର୍ତ୍ତୃପକ୍ଷଙ୍କ ତରଫରୁ ଏ ନେଇ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

Tags: