latest

ତୁଳସୀ ଗଛ ଘରର ପୂର୍ବ କିମ୍ବା ପୂର୍ବ- ଉତ୍ତର ଦିଗରେ ରହିଲେ ବେଶୀ ଫଳପ୍ରଦ ହୋଇଥାଏ

Spread the love

ତୁଳସୀ ଗଛ:- ତୁଳସୀ ଗଛ ଘରେ ରହିଲେ ସମସ୍ତ ନକରାତ୍ମକ ଶକ୍ତି କମିଯାଏ । ତୁଳସୀ ଗଛ ମହାପ୍ରଭୁଙ୍କ ଚରଣରେ ସମର୍ପଣ କରାଯାଏ । ଯାହା ଘରେ ରହିବା ଦ୍ୱାରା ସମସ୍ତ ଅଶୁଭ ଶକ୍ତି କ୍ଷୟ ହୋଇଯାଇଥାଏ । ବାସ୍ତୁଶାସ୍ତ୍ର ଅନୁଯାୟୀ, ତୁଳସୀ ଗଛ ଘରର ପୂର୍ବ କିମ୍ବା ପୂର୍ବ- ଉତ୍ତର ଦିଗରେ ରହିଲେ ବେଶୀ ଫଳପ୍ରଦ ହୋଇଥାଏ ।
କଦଳୀ ଗଛ:- ଏହା ମଧ୍ୟ ଏକ ବହୁ ଉପାଦାୟୀ ପବିତ୍ର ବୃକ୍ଷ ହୋଇଥାଏ । ଏହି ଗଛକୁ ମଧ୍ୟ ଉତ୍ତର- ପୂର୍ବ ଦିଗରେ ଲଗାଇବ ।
ଉଚିତ୍‌ । ହିନ୍ଦୁ ଶାସ୍ତ୍ରାନୁଯାୟୀ ଏହି ଗଛ ଲଗାଇବା ଦ୍ୱାରା ଘରର ବାତାବରଣ ଶାନ୍ତିପୂର୍ଣ୍ଣ ହୋଇଥାଏ ।
ଧଳା ଅରଖ:- ଏହି ଗଛ ଘରେ ଲଗାଇବା ଉଚିତ୍‌ । ଏହାକୁ
ପୂର୍ବ- ଉତ୍ତର ଦିଗରେ ଲଗାଇବା ଦ୍ୱାରା ଶୁଭଫଳ ପ୍ରାପ୍ତି ହୋଇଥାଏ । ଏହି ବୃକ୍ଷ ଲଗାଇବା ଦ୍ୱାରା ଅର୍ଥ ଆଗମନର ସଙ୍କେତ ମିଳିଥାଏ ।
ଅଁଳା ଗଛ:- ଏହି ଗଛ ଲଗାଇବା ଦ୍ୱାରା ସମସ୍ତ ଖରାପ ଶକ୍ତି  କ୍ଷୟ ହୋଇଥାଏ । କୁହାଯାଏ, ଏହି ଗଛ ଥିଲେ ଦେବତା ବାସ
କରିବା ସହ ସଦସ୍ୟଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ ।
ଅଶୋକ ଗଛ:- ଏହି ଗଛ ଘରର ଉତ୍ତର ଦିଗରେ ଲଗାଇବା ଆବଶ୍ୟକ । ଏହାକୁ ଲଗାଇବା ଦ୍ୱାରା ଘରେ ସକରାତ୍ମକ ଶକ୍ତି
ସକ୍ରିୟ ରହିଥାଏ