latest

ମକ୍କାରେ ବସ୍‌ ଦୁର୍ଘଟଣା, ୩୫ ମୃତ

Spread the love

ମୁସଲମାନମାନଙ୍କର ପବିତ୍ର ମକ୍କା ନଗରୀ ନିକଟରେ ଗୋଟାଏ ବସ୍‌ ଦୁର୍ଘଟଣାଗ୍ରସ୍ତ ହେବାରୁ ତୀର୍ଥାଟନରେ ଯାଇଥିବା ୩୫ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା କଥା ସାଉଦି ଆରବର ସରକାରୀ କର୍ତ୍ତୃପକ୍ଷମାନେ କହିଛନ୍ତି। ରାଷ୍ଟ୍ରାୟତ ସାଉଦି ପ୍ରେସ୍‌ ଏଜେନ୍‌ସି ଗୁରୁବାର ଦିନ ରିପୋର୍ଟ କରିଛି ଯେ ଏହି ଦୁର୍ଘଟଣାରେ ଆଉ ଚାରି ଜଣ ଯାତ୍ରୀ ମଧ୍ୟ ଆହତ ହୋଇଛନ୍ତି। ସାଉଦି ଆରବର ମଦିନା ପ୍ରଦେଶର ପୁଲିସ କଥାକୁ ଉଦ୍ଧାର କରି ଏଜେନ୍‌ସି କହିଛି ଯେ ବୁଧବାର ସନ୍ଧ୍ୟା ପ୍ରାୟ ୭ଟା ସମୟରେ ମକ୍କା ଓ ମଦିନା ସହରକୁ ସଂଯୋଗ କରୁଥିବା ସଡ଼କରେ ଦୁର୍ଘଟଣା ଘଟିଛି। ସବିଶେଷ ବିବରଣୀ ନ ଦେଇ ଏଜେନ୍‌ସି କହିଛି ଯେ ଏହି ରିଜର୍ଭେସନ୍‌ରେ ଯାଇଥିବା ଏହି ବସ୍‌ଟିରେ ଏସୀୟ ଓ ଆରବୀ ନାଗରିକ ଥିଲେ। ପୁଲିସ ଘଟଣାର ତଦନ୍ତ କରୁଛି। ଦୁର୍ଘଟଣାର କାରଣ ସଂକ୍ରାନ୍ତରେ ସରକାରୀ କର୍ତ୍ତୃପକ୍ଷମାନେ ହଠାତ୍‌ କିଛି କହି ନାହାନ୍ତି।

Tags: