latest

ବାବ୍ରୀ ମସଜିଦ ମାମଲା, ଏହିସବୁ ସର୍ତ୍ତପୂରଣ ହେଲେ ଓହରିଯିବ ମୁସଲିମ ପକ୍ଷ

Spread the love

ବହୁ ଚର୍ଚ୍ଚିତ ରାମ ମନ୍ଦିର ଏବଂ ବାବ୍ରୀ ମସଜିଦ ମାମଲାରେ  ଏବେ ନାଟକୀୟ ମୋଡ ନେଇଛି। 2.77 ଏକର ବିଶିଷ୍ଟ ଏହି ଜମି ବିବାଦରେ ବୁଝାମଣ ଯାଏଁ ପହଁଚିଛି ବୋଲି ସୁପ୍ରିମକୋର୍ଟଙ୍କ ଦ୍ଵାରା ଗଠିତ ମଧ୍ୟସ୍ଥତା କମିଟି ସର୍ବୋଚ୍ଚ ନ୍ୟାୟାଳୟକୁ ସୂଚନା ଦେଇଛି। ପ୍ୟାନେଲ ମୁତାବକ, କିଛି ସର୍ତ୍ତ ପୁରଣ କଲେ ମୁସଲିମ ପକ୍ଷ ଓହରିବା ପାଇଁ ପ୍ରସ୍ତୁତ ଅଛି।

ସୁନ୍ନୀ ୱକ୍ଫ ବୋର୍ଡର ଦାବି

2 ଦିନ ପୂର୍ବରୁ ସୁପ୍ରିମକୋର୍ଟ ଉତ୍ତରପ୍ରଦେଶ ସରକାରଙ୍କୁ ସୁନ୍ନୀ ୱକ୍ଫ ବୋର୍ଡର ଚେୟାରମ୍ୟାନ ଜଫର ଅହମ୍ମଦ ଫାରୁକୀଙ୍କୁ ଯଥା ସମ୍ଭବ ସୁରକ୍ଷା ଯୋଗାଇ ଦେବାକୁ କହିଥିଲେ। କାରଣ ସେ ଦାବୀ କରିଥିଲେ କି, ତାଙ୍କୁ ଲଗାତର ଧମକ ଆସୁଛି। ତାଙ୍କର ଜୀବନ ପ୍ରତି ବିପଦ ରହିଛି।

1-ସୁନ୍ନୀ ୱକ୍ଫ ବୋର୍ଡ ସମସ୍ତ ଧାର୍ମିକ ସ୍ଥଳରେ 1947 ପୂର୍ବ ଭଳି ସ୍ଥିତି ରକ୍ଷା କରିବାକୁ କାନୁନ ଲାଗୁ କରିବାକୁ ଦାବୀ କରିଛନ୍ତି। 1991ରେ ଲାଗୁ ହୋଇଥିବା ସ୍ପେଶାଲ ପ୍ରୋଭିଜନ୍ ଆକ୍ଟ ଆଧାରରେ ଧାର୍ମିକ ସ୍ଥଳକୁ ଅନ୍ୟ ଆଡେ ପରିବର୍ତ୍ତନ କରାଯାଉ। ଏହି ଆକ୍ଟ ରାମଜନ୍ମ ଭୂମି ଏବଂ ବାବ୍ରୀ ମସଜିଦ୍ ବିବାଦରେ ଲାଗୁ ହେଉ ନାହିଁ।

2-2.77 ଏକର ବିବାଦୀୟ ଭୂମିରେ ମୁସଲିମ ପକ୍ଷ ନିଜ ଦାବୀ ଛାଡିବ। ଏହା ବଦଳରେ ସରକାର ଅଯୋଧ୍ୟାରେ ସମସ୍ତ ମସଜିଦର ମରାମତି କାମ କରିବେ। ଏବଂ ସୁନ୍ନୀ ୱକ୍ଫ ବୋର୍ଡକୁ ମସଜିଦ ପାଇଁ ଅନ୍ୟ ସ୍ଥାନ ଦିଆଯିବ। 

3 -ଆର୍କିଓଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ ମ୍ୟାନେଜମେଣ୍ଟ ମୁସଲିମଙ୍କୁ ପ୍ରାର୍ଥନା ପାଇଁ କିଛି ମସଜିଦ ଖୋଲାଯାଉ। କୋର୍ଟ ଦ୍ଵାରା ନିଯୁକ୍ତ କମିଟି ଏବଂ ମୁସଲିମ ପାର୍ଟି ଏହା ନିର୍ଦ୍ଧାରିତ କରାଯିବ ଯେ, କେଉଁ ମସଜିଦ୍ ପୂଜା ପାଇଁ ଖୋଲାଯିବ।

ସୂଚନା ମୁତାବକ, ସୁନ୍ନୀ ୱକ୍ଫ ବୋର୍ଡ, ନିର୍ମୋହୀ ଆଖଡା, ହିନ୍ଦୁ ମହାସଭା ଏବଂ ରାମ ଜନ୍ମସ୍ଥାନ ପୁନରୁଦ୍ଧାର ସମିତି ବୁଝାମଣା ପାଇଁ ହସ୍ତାକ୍ଷର କରିଛନ୍ତି। କିନ୍ତୁ ଏହି ଚୁକ୍ତିନାମାରେ ମୁସଲିମ ପକ୍ଷ ରାମ ମନ୍ଦିରକୁ ଉଚିତ୍ ସ୍ଥାନ ଦେବା ବଦଳରେ କିଛି ସର୍ତ୍ତ ବିଷୟରେ କହିଛନ୍ତି। ଚୁକ୍ତି ଅନୁସାରେ, ମୁସଲିମ ପକ୍ଷ ସର୍ତ୍ତ ରଖିଛି କି, 1991 କାନୁନର ଶକ୍ତ ପାଳନ କରାଯାଉ। ଏହାଦ୍ଵାରା 1947 ଅଗଷ୍ଟ 15 ରେ ଜାରୀ କରାଯାଇଥିବା ବ୍ୟବସ୍ଥା ଅନୁସାରେ ଏହି ସ୍ଥାନ ସମସ୍ତଙ୍କ ପାଇଁ ପ୍ରାର୍ଥନା ସ୍ଥଳ ଭାବରେ ବ୍ୟବହାର କରାଯାଉଥିଲା। ଏହା ସହ ଅଯୋଧ୍ୟାରେ ଥିବା ସମସ୍ତ ମସଜିଦର ମରାମତି କରାଯିବ। ଏତଦ୍ ବ୍ୟତୀତ ବିଶେଷ କରି ମସଜିଦ ନିର୍ମାଣ ପାଇଁ ଅନ୍ୟ କେଉଁଠାରେ ସ୍ଥାନ ଦେବା ପାଇଁ ସୁନ୍ନୀ ୱକ୍ଫ ବୋର୍ଡ ଦାବୀ କରିଛି।

ଅନ୍ୟପକ୍ଷରେ ଅଯୋଧ୍ୟା ମାମଲାରେ ବୁଝାମଣା ପାଇଁ ହୋଇଥିବା ମଧ୍ୟସ୍ଥତାରେ ବିବାଦୀୟ ଭୂମିର ଦୁଇ ବଡ ଦାବିଦାର ବିଏଚପି ସମର୍ଥିତ ରାମ ଜନ୍ମଭୂମି ନ୍ୟାସ ଏବଂ ରାମଲଲା ବିରାଜମାନ ଓ ଜମୀୟତ ଉମେଲା ସାମିଲ ହୋଇ ନଥିଲେ। କିନ୍ତୁ ସୂତ୍ର ଅନୁଯାୟୀ ମୁସଲିମ ପକ୍ଷ ଦାବୀ ଛାଡି ଦେଇଛନ୍ତି ଓ ରାମ ମନ୍ଦିର ନିର୍ମାଣ ପାଇଁ ସହମତି ହୋଇଛନ୍ତି। ନ୍ୟାସ ପାଇଁ ଏହି ବୁଝାମଣା ସବୁ ପ୍ରକାରର ଲାଭଦାୟକ। ଯଦି ସୁପ୍ରିମକୋର୍ଟଙ୍କ ରାୟ ହିନ୍ଦୁ ପକ୍ଷରେ ଆସେ ତେବେ ମନ୍ଦିର ନିର୍ମାଣ ପାଇଁ ବହୁ ଜମି ଉପରେ ମାଲିକାନା ହକ ମିଳିବ।

Tags: