latest

ପେଟ ଯନ୍ତ୍ରଣା : 2 ଯୁବକଙ୍କୁ ପ୍ରେଗ୍ନେନ୍ସି ଟେଷ୍ଟ ପାଇଁ ପରାମର୍ଶ ଦେଲେ ଡାକ୍ତର

Spread the love

କୌଣସି ଶାରୀରିକ ଅସୁବିଧା ହେଲେ ଆମେ ଡାକ୍ତରଙ୍କ ପାଖକୁ ଯାଇଥାଉ । ହେଲେ ପେଟ ଯନ୍ତ୍ରଣା ପାଇଁ ଯାଇଥିବା 2 ଯୁବକଙ୍କୁ ଡାକ୍ତରଚିକିତ୍ସା କରିବା ପରେ ପ୍ରେଗ୍ନେନ୍ସି ଟେଷ୍ଟ ପାଇଁ ପରାମର୍ଶ ଦେବା ବୋଧହୁଏ ପୂର୍ବରୁ କେବେ ଦେଖାଯାଇ ନାହିଁ । ଝାଡ଼ଖଣ୍ଡ ସିମରିୟାର ଚୋରବୋରା ଗ୍ରାମର ଗୋପାଲ ଏବଂ କାମେଶ୍ୱରଙ୍କର ପେଟରେ ଯନ୍ତ୍ରଣା ହୋଇଥିଲା । ସେମାନେ ସିମରିୟା ଡାକ୍ତରଖାନାକୁ ଯାଇଥିଲେ । ସେଠାରେ ଡାକ୍ତର ମୁକେଶ ତାଙ୍କୁ ପ୍ରେଗ୍ନେନ୍ସି ଟେଷ୍ଟ ପାଇଁ ପରାମର୍ଶ ଦେଇଥିଲେ ।ଡାକ୍ତରଙ୍କ ରିପୋର୍ଟ ଧରି ଏହି ଦୁଇ ଯୁବକ ଏକ ଘରୋଇ ପାଥୋଲୋଜି ଲ୍ୟାବରେ ପହଞ୍ଚିଥିଲେ । ଲ୍ୟାବରେ ତାଙ୍କର ପ୍ରେଗ୍ନେନ୍ସି ଟେଷ୍ଟ ହେବ ବୋଲି କୁହାଯିବା ପରେ ସେମାନେ ଏହାକୁ ବିରୋଧ କରି ଅଭିଯୋଗ ନେଇ ପହଞ୍ଚିଥିଲେ ସିଭିଲ୍‍ ସର୍ଜନଡାକ୍ତର ଅରୁଣ କୁମାର ପାଶୱାନଙ୍କ ନିକଟରେ । ପାଶୱାନ ଏହି ଘଟଣା ଜାଣିବା ପରେ ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ ଡାକ୍ତର ମୁକେଶ କହିଛନ୍ତି ଯେ, ମୁଁ ଏହା ଲେଖିନାହିଁ, ମୋ ପରାମର୍ଶଉପରେ ଅନ୍ୟ କେହି ଓଭର ରାଇଟିଂ କରି ମୋତେ ବଦନାମ କରିବାର ଷଡଯନ୍ତ୍ର ରଚିଛି ।

Tags: