latest

ସେନାକୁ ମିଳିଲା ବୁଲେଟ ପ୍ରୁଫ୍ ଜାକେଟ, କାମ ଦେବନି ଏକେ 47

Spread the love

ସେନାକୁ ମିଳିଲା ବୁଲେଟ  ପ୍ରୁଫ୍ ଜାକେଟ। ଏହି ଜାକେଟ ଆଗରେ ଆତଙ୍କବାଦୀର ଏକେ 47 କାମବି ଦେବନି ।  କେନ୍ଦ୍ର ସରକାର ଯବାନଙ୍କ ସୁରକ୍ଷା ପାଇଁ 40 ହଜାର ବୁଲେଟ୍‌ପ୍ରୁଫ୍ ଜ୍ୟାକେଟ୍ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଭାରତୀୟ ସେନାକୁ ପ୍ରଥମ ଥର ଏହି  ବୁଲେଟ୍‌ପ୍ରୁଫ୍ ଜ୍ୟାକେଟ୍ ଯୋଗାଇ ଦିଆଯାଉଛି । ଜମ୍ମୁ ଓ କଶ୍ମୀର ସୀମାରେ ନିୟୋଜିତ ହୋଇଥିବା ଯବାନମାନଙ୍କୁ ସରକାର ବୁଲେଟ୍‌ପ୍ରୁଫ୍ ଜ୍ୟାକେଟ୍ ଦେବାକୁ ନିଷ୍ପତ୍ତି ନେଇଛନ୍ତି।

ଆତଙ୍କବାଦୀଙ୍କ ସହିତ ମୁକାବିଲା କରିବାକୁ ଭାରତୀୟ ଯବାନମାନେ ବୁଲେଟ୍‌ଫ୍ରୁଫ୍ ଜ୍ୟାକେଟ୍ ପିନ୍ଧିବେ । ଏହି ଜ୍ୟାକେଟକୁ ତିଆରି କରୁଥିବା କମ୍ପାନି ଏସଏମପୀପୀ ପ୍ରାଇଭେଟ ଲିମିଟେଡ୍‌ ତରଫରୁ ମେଜର ଜେନେରାଲ ଅନିଲ୍‌ ଓବରାୟ କହିଛନ୍ତି ଯେ, ସେନାକୁ ନିର୍ଦ୍ଧାରିତ ସମୟ ପୂର୍ବରୁ ଏହି ଜ୍ୟାକେଟ୍‌ ପ୍ରଦାନ କରିଦିଆଯାଇଥିବ । ସରକାର ତରଫରୁଏହି ଅର୍ଡର ସମ୍ପୂର୍ଣ୍ଣ କରିବା ପାଇଁ କମ୍ପାନୀକୁ 2021 ପର୍ଯ୍ୟନ୍ତ ସମୟ ଦିଆଯାଇଛି । କିନ୍ତୁ କମ୍ପାନି  କହିଛି ଯେ ଏହି ଜ୍ୟାକେଟ୍‌ର ତିଆରି  2020ର ଶେଷ ଯାଏ ହିଁ  ସରିଯାଇଥିବ ।

 

 

Tags: