latest

SC Selection Posts Phase-VIର ରେଜଲ୍ଟ ଘୋଷଣା କଲା ଏସଏସସି

Spread the News

ଷ୍ଟାଫ୍ ସିଲେକ୍ସନ କମିଶନ ଷଷ୍ଠ ପର୍ଯ୍ୟାୟ ପରୀକ୍ଷା ପରିଣାମ ଘୋଷିଣା କରିଛି। ଏସଏସସି ୨୦୧୯ ଅକ୍ଟୋବର ୧୪ରୁ ଅକ୍ଟୋବର ୧୬ ଯାଏଁ ପରୀକ୍ଷା ଆୟୋଜନ କରିଥିଲା। ପାଖାପାଖି ୩୩,୦୦୦ ପରୀକ୍ଷାର୍ଥୀ ସାମିଲ ଥିଲେ।  ଏସଏସସିର ଷଷ୍ଠ ପର୍ଯ୍ୟାୟ ପରୀକ୍ଷା କମ୍ପ୍ୟୁଟର ଆଧାରିତ ଥିଲା। ଏହି ଭର୍ତ୍ତି ପାଇଁ ପାଖାପାଖି ୧,୫୨,୦୭୯ ପରୀକ୍ଷାର୍ଥୀ ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ କେବଳ ୩୨,୨୪୨ ପ୍ରାର୍ଥୀ ପରୀକ୍ଷା ଦେବାକୁ ପହଁଚିଥିଲେ। ଏସଏସସି ଏହି ପ୍ରାର୍ଥୀମାନଙ୍କୁ ସର୍ଟଲିଷ୍ଟ କରିଛି। ଏବେ ଆଠ ହଜାର ପରୀକ୍ଷାର୍ଥୀ ପରବର୍ତ୍ତୀ ପରୀକ୍ଷାରେ ବସିବେ। ଯେଉଁ ପରୀକ୍ଷାର୍ଥୀମାନେ କମ୍ପ୍ୟୁଟର ଆଧାରିତ ପରୀକ୍ଷାରେ ସାମିଲ ହୋଇଥିଲେ ସେମାନେ ssc.nic.in ୱେବସାଇଟରେ ଯାଇ ଚେକ୍ କରିପାରିବେ। ଏଠାରେ ଆପଣମାନେ ରେଜଲ୍ଟର ସମ୍ପୂର୍ଣ୍ଣ ବିବରଣୀ ପାଇ ପାରିବେ। ସର୍ଟଲିଷ୍ଟ ହୋଇଥିବା ପରୀକ୍ଷାର୍ଥୀଙ୍କୁ ପରବର୍ତ୍ତୀ ପରୀକ୍ଷା ପାଇଁ ଡକାଯିବ।  ଏପରି କରନ୍ତୁ ଚେକ୍ ପ୍ରଥମେ ଏସଏସସିର ଅଧିକାରୀକ ୱେବସାଇଟ୍ ssc.nic.inରେ ଭିଜିଟ୍ କରନ୍ତୁ। ଏଥିରେ ପୋଷ୍ଟ ଫେଜ୍ ଷଷ୍ଠ ଟେଷ୍ଟ ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ।  ଏବେ ମଗାଯାଇଥିବା ସମସ୍ତ ତଥ୍ୟ ଏଠାରେ ଦିଅନ୍ତୁ।  ଏହାପରେ ଆପଣଙ୍କ ରେଜଲ୍ଟ ସ୍କ୍ରିନରେ ଦେଖାଯିବ। ଏହାପରେ ଆପଣ ରେଜଲ୍ଟ ଡାଉନଲୋଡ କରିପାରିବେ।

Tags: