latest

ପ୍ରେମିକ ସହ ମିଶି ସ୍ୱାମୀକୁ ଛାତ ଉପରୁ ଠେଲିଦେଲା ପତ୍ନୀ

Spread the News

ପରକୀୟା ପ୍ରୀତି ପାଇଁ ସ୍ୱାମୀକୁ ମାରିଲା ସ୍ତ୍ରୀ। ଏହି ଘଟଣା ଘଟିଛି ଦିଲ୍ଲୀରେ । ଜଣେ ମହିଳା  ପ୍ରେମିକକୁ ବିବାହ କରିବା ପାଇଁ ସ୍ୱାମୀକୁ ମଦ ପିଆଇ ଛାତ ଉପରୁ  ଠେଲି ହତ୍ୟା କରିଛି ।  ସୂଚନା ଅନୁସାରେ, ଗତ କିଛିବର୍ଷ ପୂର୍ବରୁ ଅଭିଯୁକ୍ତ ମହିଳା  ଅନିତା ନିଜ ସ୍ୱାମୀ ଦୟା ରାମଙ୍କ ସହ ରାଜେନ୍ଦ୍ର ନଗରରେ ରହୁଥିଲେ। ଦୟା ରାମ କାମକୁ ଯିବା ପରେ ଅନିତା ଘରେ ଏକା ରହୁଥିଲେ। ଦିନେ ତାଙ୍କର ତାଙ୍କ ପଡ଼ୋଶୀ ଅର୍ଜୁନଙ୍କ ସହ ଦେଖା ହେଲା। ପ୍ରଥମ ଦେଖାରେ ହିଁ ତାଙ୍କର ଅର୍ଜୁନଙ୍କ ପ୍ରତି ପ୍ରେମ ହୋଇଗଲା।

ଅନିତାଙ୍କ ସ୍ୱାମୀ ଘରୁ ବାହାରି ଯିବା ପରେ ଅର୍ଜୁନ ତାଙ୍କ ଘରକୁ ଆସୁଥିଲେ। ଚଳିତବର୍ଷ ଆରମ୍ଭରୁ ଅର୍ଜୁନ ଓ ଅନିତା ପରସ୍ପରଙ୍କ ସହ ରହିବା ପାଇଁ ନିଷ୍ପତ୍ତି ନେଲେ। ଅନିତାଙ୍କ ସ୍ୱାମୀ ଧୀରେ ଧୀରେ ତାଙ୍କ ପତ୍ନୀଙ୍କ ପରକିୟା ପ୍ରୀତିକୁ ନେଇ ସନ୍ଦେହ କରିବା ଆରମ୍ଭ କଲେ। ଯେତେବେଳେ ସେ ଅନିତାଙ୍କୁ ତାଙ୍କ ଘରେ ଅର୍ଜୁନଙ୍କ ସହ ଦେଖି ତାଙ୍କ ସନ୍ଦେହ ସତରେ ପରିଣତ ହୋଇଗଲା। ଏହାପରେ ଆରମ୍ଭ ହୋଇଥିଲା ହତ୍ୟା ଷଡଯନ୍ତ୍ର।

Tags: