latest

ପାଚେରି ଜେଇଁ କଇଦୀ ଚମ୍ପଟ

Spread the love

ଯଜପୁର  ଉପକାରାଗାରରୁ ଜଣେ ବିଚାରାଧୀନ କଏଦୀ ପାଚେରି ଡେଇଁ ଖସି ପଳାଇଛନ୍ତି। ସେ କଏଦୀଜଣକ ହେଉଛନ୍ତି କେନ୍ଦୁଝର ଜିଲ୍ଲାର ରାଜେଶ ମୁଣ୍ଡା। ଦୁଷ୍କର୍ମ ମାମଲାରେ ଗିରଫ ହୋଇ ରାଜେଶ ବିଚାରାଧୀନ କଏଦୀ ଭାବେ କାରାଗାରରେ ରହୁଥିଲେ। ଅତି ପ୍ରବଳ ନିରବଚ୍ଛିନ୍ନ ବର୍ଷା ଏବଂ ଘନ ଘନ ବିଜୁଳି କଟୁଥିବାର ସୁଯୋଗ ନେଇ ରଜେଶ ଗୁରୁବାର ସନ୍ଧ୍ୟାବେଳେ କୌଣସି ମତେ ଜେଲ୍‌ ପାଚେରି ଡେଇଁ ଫେରାର ହୋଇଯାଇଥିବା ଅନୁମାନ କରାଯାଉଛି। ରାତି 9ଟା ବେଳେ କଏଦୀମାନଙ୍କୁ ଖାଇବାକୁ ଦିଆଯିବା ସମୟରେ ରାଜେଶ ନାହାନ୍ତି ବୋଲି ଜଣାପଡ଼ିଥିଲା। ତୁରନ୍ତ ଜେଲ୍‌ କର୍ତ୍ତୃପକ୍ଷ ଟାଉନ୍‌ ଥାନାରେ ଏ ସଂକ୍ରାନ୍ତରେ ଅଭିଯୋଗ କରିଛନ୍ତି।

Tags: