latest

ଧାରୁଆ ଅସ୍ତ୍ରରେ ତିନିଜଣ ଯୁବକଙ୍କ ଗୁପ୍ତାଙ୍ଗ କାଟି ହତ୍ୟା

Spread the love

ଦୀପାବଳି ଦିନ ଏକ ଅଭାବନୀୟ ଘଟଣା ଘଟିଛି। ତିନିଜଣ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ଅତି ଦୟନୀୟ ଅବସ୍ଥାରେ ତିନିଜଣଙ୍କ ଯୁବକଙ୍କ ମୃତ ଶରୀରକୁ ପୋଲିସ ଉଦ୍ଧାର କରିଛି। ପୋଲିସର ସୂଚନା ଅନୁସାରେ ତିନିଜଣ ଯୁବକଙ୍କ ଗୁପ୍ତାଙ୍ଗ କାଟି ସେମାନଙ୍କୁ ହତ୍ୟା କରାଯାଇଛି। ଉତ୍ତରଖଣ୍ଡାର ପିଥୋରାଗଡ଼ର ମଡ଼ଧୁରା ଅଞ୍ଚଳରେ ଏଭଳି ଘଟଣା ଘଟିଛି।

 ଘଟଣା ସଂପର୍କରେ ପୋଲିସ ସୂଚନା ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲା। ଯାଞ୍ଚରୁ ଜଣା ପଡିଛି ଯେ ମୃତ ତିନିଜଣ ଯୁବକ ନେପାଳର ବାସିନ୍ଦା। ଧାରୁଆ ଅସ୍ତ୍ରରେ ସେମାନଙ୍କ ଗୁପ୍ତାଙ୍ଗ କଟା ଯାଇଥିବା କଥା ଜଣା ପଡିଛି। ମୃତକ ହେଉଛନ୍ତି ହରିଶ୍ ବୋରା ଓ କାଶୀ କିନ୍ତୁ ଅନ୍ୟ ଜଣେ ମୃତ ଯୁବକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳି ପାରି ନାହିଁ। ମୃତ କାଶୀଙ୍କ ମୃତ ଦେହ ତାଙ୍କ ସଂପର୍କୀୟ କଲୋନୀରୁ ମିଳିଥିଲା। ତିନିଜଣ ଯୁବକଙ୍କୁ ହତ୍ୟା କରି ଅଭିଯୁକ୍ତ ନେପାଳ ଚାଲି ଯାଇଥିବା କଥା ପୋଲିସ ସନ୍ଦେହ କରୁଛି।

Tags: