latest

4 ବର୍ଷର ଶିଶକୁ ଦୁଷ୍କର୍ମ ଅଭିଯୋଗ

Spread the love

କନ୍ଧମାଳରେ ପୁଣି ଲଜ୍ଜା । 4 ବର୍ଷର ଶିଶୁକୁ ଦୁଷ୍କର୍ମ ହୋଇଛି  ଅଭିଯୋଗ। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅଞ୍ଚଳରେ ଜଣେ 4 ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତଜଣକ ନାବାଳକ ବୋଲି ଜଣାପଡ଼ିଛି। ଗତକାଲି ଝିଅଟି ଘର ଆଗରେ ଖେଳୁଥିବା ବେଳେ ପଡ଼ୋଶୀ ଘରର ନାବାଳକ ପ୍ରଲୋଭନ ଦେଖାଇ ତାକୁ ନିଛାଟିଆ ସ୍ଥାନକୁ ନେଇ ଯାଇ ଦୁଷ୍କର୍ମ କରିଥିଲା। ଶିଶୁ କନ୍ୟା ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ କହିଥିଲା। ପରିବାର ଲୋକେ ଗତକାଲି ରାତିରେ ଏନେଇ ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍ ପୋକ୍ସ ଆକ୍ଟରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ ପୀଡ଼ିତାଙ୍କ ଡାକ୍ତରୀ ମାଇନା କରିଛି। ଅଭିଯୁକ୍ତ ଫେରାର୍ ଅଛି। ତାକୁ ଧରିବା ପାଇଁ ପୁଲିସ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ କରୁଛି।

Tags: ,