latest

T20: ଜିତିଲା ବାଂଲାଦେଶ

Spread the love

 ୩ ଟିକିଆ ଟି-୨୦ ମ୍ୟାଚ୍ ସିରିଜର ପ୍ରଥମ ମ୍ୟାଚ୍ କୁ ହାତେଇ ନେଇଛି ବାଂଲାଦେଶ । ୭ ୱିକେଟ୍ ରେ ପରାସ୍ତ ହୋଇଛି ଟିମ୍ ଇଣ୍ଡିଆ। ସ୍ଥାନୀୟ ଅରୁଣ ଜୈଟଲୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ ରେ ଟସ୍ ହାରି ଭାରତ ପ୍ରଥମେ ବ୍ୟାଟିଂ କରିଥିଲା। ନିର୍ଦ୍ଧାରିତ ୨୦ ଓଭର ସୁଦ୍ଧା ରାହୁଲ ଶର୍ମାଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ୬ ୱିକେଟ୍ ବିନିମୟରେ ୧୪୮ ରନ ସ୍କୋର କରିଥିବା ବେଳେ ବାଂଲାଦେଶକୁ ୧୪୯ ରନର ବିଜୟ ଲକ୍ଷ୍ୟ ଦେଇଥିଲା। ମହମଦୁଲ୍ଲାହଙ୍କ ନେତୃତ୍ୱରେ ବାଂଲାଦେଶ ଦୃଢ ଇନିଂସ ଖେଳି ଭାରତ ଦେଇଥିବା ବିଜୟ ଲକ୍ଷ୍ୟ ହାସଲ କରିନେଇଛି। ମୁଶିଫୁର ରହିମଙ୍କ ଦମଦାର ୬୦ ରନ୍ ବଳରେ ବାଂଲାଦେଶ ମାତ୍ର ୩ ୱିକେଟ୍ ବିନିମୟରେ ବିଜୟ ଲକ୍ଷ୍ୟ ହାସଲ କରିବାରେ ସକ୍ଷମ ହୋଇଛି। ବାଂଲାଦେଶ ପକ୍ଷରୁ ଲିଟନ ଦାସ ଓ ମହମ୍ମଦ ନଇମ ଓପ୍ନିଂ କରିଥିବା ବେଳେ ଲିଟନ ମାତ୍ର ୪ଟି ବଲ ଖେଳି ଗୋଟିଏ ଚୌକା ସହମାତ୍ର ୭ ରନ କରିଥିବା ବେଳେ ଚହରଙ୍କ ବଲରେ କ୍ୟାଚ୍ ଆଉଟ୍ ହୋଇ ପ୍ୟାଭଲିୟନକୁ ଫେରିଥିଲେ। ନଇମଙ୍କ ସହ ସୌମ୍ୟ ସରକାର ଟିମର ମଙ୍ଗ ସମ୍ଭାଳିଥିଲେ। ନଇମ ଗୋଟିଏ ଛକ୍କା ଓ ୨ଟି ଚୌକା ସହ ୨୬ ରନ କରିଥିବା ବେଳେ ଚହଲଙ୍କ ୨୮ତମ ବଲକୁ ଷ୍ଟ୍ରାଇକ କରି ଧାୱନଙ୍କ ହାତରେ ଧରାପଡିଥିଲେ। ସୌମ୍ୟ ସର୍କାର ଓ ମୁସଫିକର ରହିମ ଟିମର ମଙ୍ଗ ସମ୍ଭାଳିଥିବା ବେଳେ ଅହମ୍ମଦଙ୍କ ବଲରେ ସୌମ୍ୟ କ୍ଲିନ ବୋଲ୍ଡ ହୋଇଥିଲେ। ତେବେ କ୍ୟାପ୍ଟେନ ମହମଦୁଲ୍ଲାହ ୬ ରନର ୱିନିଂ ସଟ୍ ମାରି ଟିମର ବିଜୟ ନିଶ୍ଟିତ କରିଥିଲେ। ବାଂଲାଦେଶ ୧୯ ଓଭର ୩ଟି ବଲ ଖେଳି ୩ ୱିକେଟ୍ ବିନିମୟର କରିଛି ୧୫୪ ରନ୍।

Tags: