latest

୧୪ବର୍ଷ ବୟସରେ ତବୁଙ୍କ ସହ କଣ ହୋଇଥିଲା , ତବୁ ଏଯାଏଁ ବlହl କରିନାହାନ୍ତି ?

Spread the love

ବଲିଉଡରେ ଦୀର୍ଘ ୩୭ବର୍ଷ ଧରି ନିଜର ଜଲୱା ଦେଖାଉଛନ୍ତି ଅଭିନେତ୍ରୀ ତବୁ । ସେ ଏବେ ୪୭ବର୍ଷରେ ପଦାର୍ପଣ କରିଛନ୍ତି । ୧୯୮୨ରେ ପ୍ରଥମ ଫିଲ୍ମ ‘ବାଜାର’ରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ ତବୁ । ବଲିଉଡର ସବୁଠାରୁ ସିରିୟସ ଅଭିନେତ୍ରୀ ତବୁ ନିଜର ଜନ୍ମଦିନ ନଭେମ୍ବର ୪ରେ ମନାଇଥାନ୍ତି । ତବୁ ତିନି ଦଶକରୁ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତ୍ରୀ । ତବୁ ସଲମାନ ଖାନ୍ଙ୍କ ସହ ଭାରତ ଫିଲ୍ମରେ ନଜର ଆସିଥିଲେ । ଦର୍ଶକ ମଧ୍ୟ ତବୁଙ୍କ ଅଭିନୟକୁ ବହୁତ ପସନ୍ଦ କରିଛନ୍ତି । ୧୯୮୦ ମସିହାରୁ ଫିଲ୍ମ ଇଣ୍ଡଷ୍ଟିରେ ସବୁ ପ୍ରକାରର ଚରିତ୍ରରେ କାମ କରି ନିଜର ପରିଚୟ ସୃଷ୍ଟି କରିଛନ୍ତି ତବୁ । ତବୁଙ୍କୁ ୧୪ବର୍ଷ ବୟସରେ ଏକ ଫିଲ୍ମରେ ଦୁଷ୍କର୍ମ ପୀଡିତାଙ୍କ ଚରିତ୍ରରେ ଅଭିନୟ କରିବାକୁ ପଡ଼ିଥିଲା । ଯାହା ଦର୍ଶକଙ୍କ ମନକୁ ଛୁଇଁ ପାରିଥିଲା । ତବୁ ଏଯାଏଁ ବାହl କରିନାହାନ୍ତି । କିଛି ଦିନ ପୂର୍ବରୁ ଏକ ଇଣ୍ଟରଭ୍ୟୁରେ ତବୁ ସିଙ୍ଗଲ ରହିବାର କାରଣ ସମ୍ପର୍କରେ କହିଥିଲେ । ସେ ଅଜୟ ଦେବଗନଙ୍କୁ ଦାୟୀ କରିଥିଲେ । ତବୁଙ୍କ ଏହି କଥା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ତବୁ କହିଥିଲେ କି, ମୋର କଜନ ସମୀର ଆରିଆ ଓ ଅଜୟ ଦେବଗନ ପଡୋଶୀ ଥିଲେ । ଏହି ୨ଜଣ ମୋ ଉପରେ ବହୁତ ନଜର ରଖୁଥିଲେ । ଯଦି କୌଣସି ପୁଅ ସହ ମୁଁ କଥା ହେବାରେ ସେମାନେ ଦେଖୁଥିଲେ ତାକୁ ମାଡ ମାରୁଥିଲେ । ଏହି କାରଣରୁ ଆଜି ଯାଏଁ ମୁଁ ବିବାହ କରିନାହିଁ, ଏହାର କାରଣ କେବଳ ଅଜୟ । କୁହାଯାଏ କି ଅଜୟ ଓ ତବୁଙ୍କି ଯୋଡି ଦର୍ଶକ ବେଶ୍ ପସନ୍ଦ କରିଥିଲେ ୯୦ଦଶକରେ । ଅଜୟ ଓ ତବୁ ବହୁତ ଫିଲ୍ମରେ ଏକ ସଙ୍ଗେ ନଜର ଆସିଥିଲେ ।