latest

ବାରବାଟୀରେ ହେବ ଟେଷ୍ଟ ମ୍ୟାଚ, ଗାଙ୍ଗୁଲିଙ୍କ ସହ ଓସିଏର ଆଲୋଚନା

Spread the love

 ଦୀର୍ଘବର୍ଷ ପରେ ବାରବାଟୀ ଷ୍ଟାଡିୟମରେ ଆୟୋଜିତ ହେବ ଟେଷ୍ଟ ମ୍ୟାଚ । ଏନେଇ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ସହ ଆଲୋଚନା କରିଛନ୍ତି ଓସିଏ କର୍ତୃପକ୍ଷ । ଓଡିଶା କ୍ରିକେଟ ଆସୋସିଏସନ ସମ୍ପାଦକ ସଞ୍ଜୟ ବେହେରାଙ୍କ ସୂଚନା ନୁସାରେ, ସେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ସହ କଥା ହୋଇଛନ୍ତି । ଶେଷଥର ପାଇଁ 1995ରେ ବାରବାଟୀରେ ଟେଷ୍ଟ ମ୍ୟାଚ ଖେଳାଯାଇଥିଲା । ପୁଣି ଥରେ ଟେଷ୍ଟ ମ୍ୟାଚ ଖେଳାଯିବ ନେଇ ଆମେ ପ୍ରସ୍ତୁତ ଅଛୁ । ବିସିସିଆଇକୁ ପ୍ରସ୍ତାବ ଦିଆଯାଇଛି । ବିସିସିଆଇ ଏହାର ବିଚାର କରିବ ବୋଲି ସେ କହିଛନ୍ତି ।   ବାରବାଟୀ ଷ୍ଟାଡିୟମରେ ଶେଷଥର ପାଇଁ 1995 ମସିହାରେ ଟେଷ୍ଟ ମ୍ୟାଚ ଖେଳାଯାଇଥିଲା । ଏହା ପରଠାରୁ ଆଉ ଟେଷ୍ଟ ଖେଳାଯାଇ ନାହିଁ । ଗତ ବହୁ ବର୍ଷ ହେଲା ଏଠାରେ କେବଳ ଦିନିକିଆ ଓ ଟି 20 ମ୍ୟାଚ ଖେଳାଯାଉଛି ।

Tags: