latest

ସରକାର ଗଠନ ପାଇଁ ଆଉ ମାତ୍ର 4 ଦିନ – ଶିବସେନା ଆଗରେ ମୁଣ଼୍ଡ ନୁଆଁଇବ କି ବିଜେପି

Spread the love

ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଆଉ ମାତ୍ର 4 ଦିନ ବାକି ରହିଛି ।  କିନ୍ତୁ ବିଜେପି ଶିବସେନା ଆଗରେ ମୁଣ୍ଡ ନୁଆଁଇବାକୁ ରାଜି ନାହିଁ । ସେପଟେ ଏନସିପିର ସହଯୋଗରେ ଶିବସେନା ମହାରାଷ୍ଟ୍ରରେ ସରକାର ଗଠନ କରିବା ପାଇଁ ରାଜି ହୋଇଯାଇଛି । ଏହି ପରିସ୍ଥିତରେ ଶିବସେନାର ଗୋଟିଏ ସର୍ତ୍ତ ମାନିବାକୁ ରାଜି ହୋଇଛି ବିଜେପି । କିନ୍ତୁ ଏହାକୁ ଶିବସେନା ମାନିବାକୁ ପଡିବ ।  ନହେଲେ ଲାଗୁ ହେବ ରାଷ୍ଟ୍ରପତି ସାସନ। ଅନ୍ୟପକ୍ଷରେ ଏନସିପିକୁ ନେଇ ଶିବସେନା ଯେଉଁ ସ୍ୱପ୍ନ ଦେଖୁଛି ତାହା ପାଣିର ଗାର ଭଳି ।  କାରଣ ଏନସିପି ବାରମ୍ବାର କହୁଛି ଯେ ମୋତେ ବିପକ୍ଷ ଦଳ ଭାବେ ବସିବାକୁ ଜନମତ ମିଳିଛି । ଏପରି  ସ୍ଥିତିରେ ଶିବସେନା ବିଜେପି ସର୍ତ୍ତରେ ରାଜି ହେବ। ନହେଲେ ବିଜେପି ମୁମ୍ବାଇରେ ରାଷ୍ଟ୍ରପତି ଶାସନ କରିବାକୁ ରାଜି ଅଛି ।

Tags: