latest

୧୦ ବର୍ଷ ଧରି ଖରାପ ହୋଇନାହିଁ ବର୍ଗର ଏବଂ ଫ୍ରାଇଜ୍‍

Spread the love

ବର୍ଗର ସମେତ କିଛି ଫାଷ୍ଟଫୁଡ୍‍ ଶୀଘ୍ର ଖରାପହୁଏନାହିଁ ବୋଲି ଆମର ଧାରଣା । ତଥାପି ୫/୧୦ଦିନ ପରେ ଏହା ଖାଇବା ଯୋଗ୍ୟ ହୋଇରହିନଥାଏ । ତେବେ ଆଇସଲାଣ୍ଡରେ ୧୦ବର୍ଷ ଧରିରଖାଯାଇଛି ମ୍ୟାକ୍‍ଡୋନାଲ୍ଡସର ବର୍ଗର ଏବଂ ଫ୍ରାଇଜ ।ଏହା ସୁରକ୍ଷିତ ରହିଛି, ଏବଂ ଆଜି ବି ଖାଇବା ଯୋଗ୍ୟରହିଛି । ଏହି ବର୍ଗର ଓ ଫ୍ରାଇଜକୁ ଦେଖିବା ପାଇଁବିଶ୍ୱର ବିଭିନ୍ନ ସ୍ଥାନରୁ ଲୋକେ ଆସୁଛନ୍ତି ।୧୦ବର୍ଷ ତଳେ ଅର୍ଥାତ୍‍ ୨୦୦୯ରେ ଏହି ଦେଶରେଆର୍ଥିକ ମାନ୍ଦାବସ୍ଥା ଦେଖାଦେଇଥିଲା । ଯେଉଁ କାରଣରୁମ୍ୟାକ୍‍ଡୋନାଲ୍ଡସ ତା’ର ତିନୋଟି ଷ୍ଟୋର ବନ୍ଦ କରିଥିଲା ।ଗୋଟିଏ ଷ୍ଟୋର ରାଜଧାନୀରେ ଥିଲା । ଏହି ଷ୍ଟୋରରୁଜୋର୍ଟର ମରାସନ୍‍ ନାମକ ଜଣେ ବ୍ୟକ୍ତିଅକ୍ଟୋବର ୩୧,୨୦୦୯ ରେ ଶେଷ ଥରପାଇଁ ଏକ ବର୍ଗର ଏବଂ ଫ୍ରାଇଜକିଣିଥିଲେ । ତେବେ ସେ ଏହାକୁଖାଇନଥିଲେ ବରଂ ସୁରକ୍ଷିତ ରଖିଥିଲେ ।୧୦ବର୍ଷ ବିତିଗଲାଣି, ହେଲେ ଏବେ ବିଏହା ଖାଇବା ଯୋଗ୍ୟ ହୋଇରହିଛି ।ମରାସନ୍‍ ୩ ବର୍ଷ ଏହି ବର୍ଗର ଏବଂଫ୍ରାଇଜକୁ ନିଜ ପାଖରେ ରଖିଥିଲା ବେଳେପରେ ରାଷ୍ଟ୍ରୀୟ ସଂଗ୍ରାହଳୟକୁ ଦେଇଛନ୍ତି । ଦେଶବିଦେଶର ଲୋକେ ଏବେ ଏହି ସଂଗ୍ରାହଳୟକୁଆସି ବର୍ଗର ଏବଂ ଫ୍ରାଇଜ୍‍ ଦେଖୁଛନ୍ତ।

Tags: