latest

ଅଜବ ପରମ୍ପରା : ଶବ ଉପରେ ପୋତାଯାଉଛି ଶବ

Spread the love

ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାରେ ବଢୁଥିବା ଜନସଂଖ୍ୟାରପ୍ରଭାବ କବରସ୍ଥାନ ଉପରେ ଦେଖିବାକୁ ମିଳିଲାଣି । ଘରଦ୍ୱାର ବଢୁଥିବାରୁକବର ଦେବା ପାଇଁ ସ୍ଥାନ ମିଳୁନି । ଏହି କାରଣରୁ ଶବ ଉପରେ ଶବପୋତିବାକୁ ବାଧ୍ୟ ହେଉଛନ୍ତି ଲୋକେ ।୨୦୧୭ରୁ ସରକାର ଏଠାରେ କବର ବନାଇବା ଉପରେ ପ୍ରତିବନ୍ଧକଲଗାଇଛନ୍ତି । ତେବେ ବିକଳ୍ପ ବ୍ୟବସ୍ଥା କରିନଥିବାରୁ ଲୋକେ ବଡ଼ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଗୋଟିଏ ପରିବାରର କବର ଉପରେସେହି ପରିବାରର ଅନ୍ୟ ସଦସ୍ୟଙ୍କ ଶବକୁ କବର ଦିଆଯାଉଛି ।ଦେଶରେ ବର୍ତ୍ତମାନ ଛୋଟବଡ଼ ୮୪ଟି କବର ସ୍ଥାନ ରହିଥିଲା ବେଳେ୬୦ରୁ ଅଧିକ କବର ସ୍ଥାନରେ ସ୍ଥାନ ନାହିଁ । ଏହାକୁ ନେଇ ଅନେକ ଥରବିବାଦ ସୃଷ୍ଟି ହୋଇଥିଲେ ମଧ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଉନଥିବାରୁସାଧାରଣରେ ବଡ଼ ଅସନ୍ତୋଷ ସୃଷ୍ଟି ହେଲାଣି ।

Tags: