latest

ISIS ନିଶାନାରେ ଭାରତ, ସତର୍କ କରାଇଲା ଆମେରିକା

Spread the love

ଆଇଏସଆଇଏସର ମୁଖ୍ୟ ଅବୁ ବକର ଅଲ ବାଗଦାଦୀ ମୃତପରେ ମଧ୍ୟ ସକ୍ରିୟ ଅଛି ସଂଗଠନ। ଏହି ଆତଙ୍କୀ ସଙ୍ଗଠନ ସାରା ଦୁନିଆରେ ନିଜ ପସରା ମେଲାଇ ବସିଛି। ଦୁନିଆରେ ଏବେ ଆଇଏସଆଇଏସର 20ଟି ଶାଖା ଚାଲୁଛି ବୋଲି ଆମେରିକା ସତର୍କ କରାଯାଇଛି। ଏଥିରେ ଗୋଟିଏ ଶାଖା ଦକ୍ଷିଣ ଏସିଆରେ ଆକ୍ଟିଭ ରହିଛି ଏବଂ ଏହି ଶାଖା ଗତବର୍ଷ ଭାରତରେ ଆତ୍ମଘାତୀ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା।

ଆମେରିକାର ରାଷ୍ଟ୍ରୀୟ ଆତଙ୍କନିରୋଧକ ସେଣ୍ଟରର  କାର୍ଯ୍ୟକାରୀ ନିର୍ଦ୍ଦେଶକ ରଶେଲ ଟ୍ରେବର୍ସ ୟୁଏସ୍ ସାଂସଦଙ୍କୁ କହିଛନ୍ତି ଯେ, ଆଇଏସଆଇଏସର ଖୁରାସାନ ଗ୍ରୁପ ପୂର୍ବ ବର୍ଷ ଭାରତରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା। ଏହି ଆତଙ୍କୀ ଗ୍ରୁପ ଏବେ ସକ୍ରିୟ ହେବାକୁ ଲାଗିଛି। ଯାହାକି ଚିନ୍ତାର ବିଷୟ। ଏହି ସଙ୍ଗଠନ ନିଶ୍ଚିତ ଭାବରେ ଆଫଗାନିସ୍ଥାନର ବାହାରେ ଆକ୍ରମଣ କରିବ ବୋଲି ରଶେଲ କହିଛନ୍ତି। 

ହସନ କହିଛନ୍ତି କି, ଏହି ଆତଙ୍କୀ ସଙ୍ଗଠନ କେବଳ ଆମେରିକୀୟ ଫୋର୍ସମାନଙ୍କ ପାଇଁ ବିପଦ ନୁହେଁ ବରଂ ଆମେରିକୀୟ ସରଞ୍ଜାମ ଉପରେ ଆକ୍ରମଣ କରିପାରେ ବୋଲି ସୂଚନା ମିଳିଛି। ଏହାର 20ଟି ଶାଖା ରହିଛି। ଏହି ସଙ୍ଗଠନ ପାଖରେ ଡ୍ରୋନ ସାହାଯ୍ୟରେ ଆକ୍ରମଣ କରିବା କ୍ଷମତା ମଧ୍ୟ ରହିଛି। ଏହାପୂର୍ବରୁ ଆଇଏସଆଇଏସ-କେ ନ୍ୟୁୟର୍କରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା। କିନ୍ତୁ ଏଫବିଆଇ ଏହାକୁ ପଣ୍ଡ କରିଥିଲା।