latest

ମୁଁ ଷ୍ଟାର ହୋଇଗଲିଣି, ମୋ ଉପରେ ହାତ ପକାଅନି – ରାନୁ ମଣ୍ଡଳ

Spread the love

 ରେଳ ଷ୍ଟେସନରେ ଗୀତଗାଇ ପେଟ ପୋଷୁଥିବା ରାନୁ ମଣ୍ଡଳ ଏବେ ଷ୍ଟାର ହୋଇଯାଇଛନ୍ତି । ବଲିଉଡ ସିଙ୍ଗର ହିମେସ ରେଶମିଆଙ୍କ ଫିଲ୍ମରେ ଗୀତ  ଗାଇବା ପରଠାରୁ ରାନୁଙ୍କ ଭାଗ୍ୟ ଉଦୟ ହୋଇଥିଲା । ଏଥିପାଇଁ ସେ ସୋସିଆଲ ମିଡିଆରେ ଖୁବଚର୍ଚ୍ଚିତ ମଧ୍ୟ । ହେଲେ ସେ ଷ୍ଟାର ହୋଇଗଲେ ମଧ୍ୟ ତାଙ୍କ ସ୍ୱଭାବରେ ପରିବର୍ତ୍ତନ ଆସିନଥିବା ତାଙ୍କର କିଛି ଫ୍ୟାନମାନେ କହିଛନ୍ତି । ଯେଉଁମାନେ ତାଙ୍କ ସହ ମିଶିବାକୁ ଚାହିଁଛନ୍ତି ରାନୁଙ୍କ ବ୍ୟବହାର ଭଲ ଲାଗିନଥିବା କହିଛନ୍ତି ।

ନିକଟରେ ଏମିତି ଏକ ଘଟଣା ଘଟିଯାଇଛି । ଯାହା ତାଙ୍କ ସ୍ୱଭାବ ଉପରେ ପ୍ରଶ୍ନବାଚ୍ଚୀ ସୃଷ୍ଟି କରିଛି । ରାନୁ ମଣ୍ଡଳ ପଇସା  ରୋଜଗାର କରିବା ପରେ ତାଙ୍କ ଅହଙ୍କାର ବଢିଯାଇଥିବା ଦେଖିବାକୁ ମିଳିଛି । ପ୍ରକାଶ  ଥାଉକି, ନିକଟରେ ରାନୁ  ଏକ ମଲରେ  କିଛି କିଣୁଥିବା ବେଳେ ତାଙ୍କର ଜଣେ ଫ୍ୟାନ ସେଲ୍ଫି ନେବା ପାଇଁ କହିଥିଲେ । ଏତିକିବେଳେ ମହିଳା ଜଣକ ରାନୁଙ୍କ କାନ୍ଧ ଉପରେ ହାତ ରଖିଦେଇଥିଲେ । ଏତିକିରେ ରାନୁଙ୍କୁ ରାଗ ଚଢିଯାଇଥିଲା । ରାନୁ ହଠାତ୍ ରାଗିଯାଇ ମହିଳାଙ୍କୁ ଗାଳି କରିଥିଲେ । କହିଥିଲେ ଏମିତି କଣ ହାତ ପକାଉଛ। ଜାଣିପାରୁନକି ମୁଁ ଷ୍ଟାର ହୋଇଗଲିଣି । ତେବେ ଫ୍ୟାନ ଜଣକ ନିରାଶ ହୋଇ ଫେରିଯାଇଥିଲେ । ଏହି ଖବର ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

Tags: