latest

ହାତ ଟେକିଦେଲା ଏନସିପି, ବିଜେପି ସହ ମେଣ୍ଟ କରିବ ଶିବସେନା

Spread the love

ଶେଷ ମୁହୂର୍ତ୍ତରେ ହାତ ଛାଡିଲା ଶିବସେନାର ନୂଆ ଦୋସ୍ତ ଏନସିପି। ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ଜାରି ରହିଥିବା ସଙ୍କଟ ମଧ୍ୟରେ ସମସ୍ତଙ୍କ ନଜର ଏନସିପି ମୁଖ୍ୟ ଶରଦ ପାୱାରଙ୍କ ଉପରେ ରହିଥିଲା । ଏନସିପିର ମୁଖ୍ୟ  ଶରଦ ପାଓ୍ୱାର କହିଛନ୍ତି ଆମେ  ବିରୋଧୀ ଦଳ ହିସାବରେ ରହିବୁ । ଶିବସେନା ବିଜେପି ସହ ମେଣ୍ଟ କରି ସରକାର ଗଠନ କରୁ ।  ବୁଧବାର ଗଣମାଧ୍ୟମ ସାମ୍ନାକୁ ଆସିବା ପରେ ଏହି ସବୁ ପ୍ରଶ୍ନ ଉପରେ ସେ ଆହୁରି ଅନିଶ୍ଚିତା ସୃଷ୍ଟି କରିଥିଲେ । ମହାରାଷ୍ଟ୍ର ରାଜନୀତିର ଜଣେ ପୋଖତ ଖେଳାଳି ପାୱାର କହିଛନ୍ତି, ଜନତା ତାଙ୍କୁ ବିରୋଧୀ ଦଳ ଆସନରେ ବସିବାକୁ ଜନାଦେଶ ଦେଇଛି ଏବଂ ସେ ଆଶା ରହିଛନ୍ତି ଯେ ଶିବସେନା ଏବଂ ବିଜେପି ଶେଷରେ ଏକ ହୋଇ ସରକାର କରିବେ । କିନ୍ତୁ ଏଥିରେ ଆଉ ଏକ କଥା ଯୋଡି କହିଛନ୍ତି ଯେ ସରକାର ଗଠନ କରିବା ପାଇଁ ଥିବା ଶେଷ ଦୁଇ ଦିନରେ କ’ଣ ହେବ, ତାହା କେହି ଜାଣିନାହାନ୍ତି ।

ଏହା ପୂର୍ବରୁ ଶିବସେନା ସାଂସଦ ସଞ୍ଜୟ ରାଉତ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ସାକ୍ଷାତ କରିଥିଲେ । ପାୱାରଙ୍କୁ ଭେଟିବା ପରେ ରାଉତ ପ୍ରତିକ୍ରିୟା ଦେଇ କହିଥିଲେ ଯେ ସେ ରାଜ୍ୟ ଏବଂ ଦେଶର ଜଣେ ବରିଷ୍ଠ ନେତା । ମହାରାଷ୍ଟ୍ର ରାଜନୀତିର ସ୍ଥିତିକୁ ନେଇ ସେ ଚିନ୍ତିତ ଅଛନ୍ତି ।

ରାଉତଙ୍କୁ ଭେଟିବା ଉପରେ ପାୱାର ପ୍ରତିକ୍ରିୟା ଦେଇ କହିଛନ୍ତି, ଆମକୁ ସରକାର ଗଠନ କରିବା ନେଇ କୌଣସି ପ୍ରସ୍ତାବ ମିଳି ନାହିଁ । ମୁଁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉନି । ଶିବସେନା ସହ ମିଶି ସରକାର ଗଢିବା କଥା କେଉଁଠୁ ଆସୁଛି ? ବିଜେପି ଏବଂ ଶିବସେନାର 25 ବର୍ଷର ପୁରୁଣା ମେଣ୍ଟ ଏବଂ ତାଙ୍କୁ ହିଁ ସରକାର ଗଢିବା ଦରକାର । ମହାରାଷ୍ଟ୍ରର ଜନତା ଆମକୁ ଯେଉଁ ଜନାଦେଶ ଦେଇଛି ସେହି ଆଧାରରେ କଂଗ୍ରେସ ଏବଂ ଏନସିପି ବିରୋଧୀଦଳ ଆସନରେ ବସିବ । ସରକାର ଗଢିବା ପାଇଁ ଯେଉଁ ସବୁ ଗତିରୋଧ ରହିଛି ତାକୁ ଦୂର କରିବା ଦରକାର ଏବଂ ସେନା-ବିଜେପିକୁ ସରକାର କରିବା ଦରକାର ।

Tags: