latest

ଅଣ୍ଡରଓ୍ୱାର୍ଲ୍ଡଡନଙ୍କ ସମ୍ବନ୍ଧ ରଖିସାରିଛନ୍ତି ଏହି ଅଭିନେତ୍ରୀ, ନାଁ ଜାଣିଲେ ଆଶ୍ଚର୍ଯ୍ୟ ହେବେ

Spread the love

ବଲିଉଡ ଓ ଅଣ୍ଡରଓ୍ୱାର୍ଲ୍ଡ ର ସମ୍ପର୍କ ବହୁ ପୁରୁଣା । 1998ରେ ସ୍ୱର୍ଗତଃ ସୁଷମା ସ୍ୱରାଜଙ୍କ ହସ୍ତକ୍ଷେପ ପରେ ବଲିଉଡକୁ ଏକ ନୂଆ ପରିଚୟ ମିଳିଥିଲା । ସେବେଠାରୁ ବଲିଉଡରେ ବ୍ୟବସାୟ କରିବା ସହଜ ହୋଇଛି।  ବଲିଉଡରେ ଏମିତି ସମୟ ଥିଲା ଯେତେବେଳେ ଅଣ୍ଡରଓ୍ୱାର୍ଲ୍ଡ ଡନଙ୍କ ରାଜ ଚାଲୁଥିଲା । 1990ରୁ 2000 ମସିହା ପର୍ଯ୍ୟନ୍ତ ଅଣ୍ଡରଓ୍ୱାର୍ଲ୍ଡ ବଲିଉଡରେ ପଇସା ଲଗାଉଥିଲା । ସେମାନଙ୍କ ନିଜ ଇଚ୍ଛାରେ କୌଣସି ହିରୋ କିମ୍ବା ହିରୋଇନଙ୍କୁ ବାଛୁଥିଲେ । ଏହି ମୌକାରେ କିଛି  ହିରୋଇନମାନେ ମଧ୍ୟ ଡନ୍ ଦାଉଦ ସହ ସମ୍ବନ୍ଧ ରଖିଥିବା ଖବର ମିଳିଥିଲା ।

ମମତା କୁଲକର୍ନୀ – 90 ଦଶକରେ ମମତା କୁଲକର୍ନୀଙ୍କ ଜଲଓ୍ୱା ବଲିଉଡରେ ଲାଚୁଥିଲା । କରନ – ଅର୍ଜୁନ, ଘାୟଲ, ଚାଇନା ଗେଟ ଭଳି ସୁପରହିଟ୍ ଫିଲ୍ମରେ ଅଭିନୟ କରିଥିଲେ । ଏହାପରେ ବଲିଉଡ ସହ ସମ୍ପର୍କ ଛିନ୍ନ କରି ତାଙ୍କ ପାର୍ଟନର ଡ୍ରଗ୍ସ ମାଫିଆ ବିକ୍ରମ ଗୋସ୍ୱାମୀଙ୍କ ବ୍ୟାପାରରେ ଲିପ୍ତ ଥିଲେ ।

ମୋନିକା ବେଦୀ – ମୋନିକା ବେଦୀ 2000 ମସିହା ବେଳକୁ ବଲିଉଡରେ ପ୍ରସିଦ୍ଧ ହିରୋଇନ  ଭାବେ ନାଁ କରିସାରିଥିଲେ । ଯୋଡି ନଂ1 ରେ ଆପଣମାନେ ନିଶ୍ଚୟ ଦେଖିଥିବେ । ସେତେବେଳେ ମୋନିକା ଏବଂ ଅବୁ ସଲିମ ଲିଭଇନ୍ ରିଲେସନରେ ଥିଲେ । ଅବୁ ସଲିମ 1993ରେ ମୁମ୍ବାଇ ବମ ବ୍ଲାଷ୍ଟରେ ମାଷ୍ଟରମାଇଣ୍ଡ ଥିଲେ । ଏହି ଅଭିଯୋଗରେ ଅବୁ ସହ ମୋନିକା ମଧ୍ୟ 4 ବର୍ଷ ଜେଲରେ ଥିଲେ ।

ଅନିତା ଆୟୁବ – ପାକିସ୍ତାନୀ ମିଡିଆ  ସୂଚନା ମୁତାବକ ଅନିତାଙ୍କ ସମ୍ବନ୍ଧ ଦାଉଦ ଇବ୍ରାହିମ୍ ସହ ଥିଲା । ଅନିତା ଓ ଦାଉଦଙ୍କ ପ୍ରେମ ସମ୍ପର୍କରେ ସେତେବେଳେ ଜଣା ପଡିଥିଲା ଯେତେବେଳେ 1995ରେ ଫିଲ୍ମ ନିର୍ମାତା ଜାବେଦ ସଦ୍ଦିକ୍ ଙ୍କ ହତ୍ୟା  ହୋଇଥିଲା । ଏହା ପଛରେ କାରଣଥିଲା ଯେ ଜାବେଦ ଅନିତାଙ୍କୁ ଫିଲ୍ମ ସାଇନ କରିବାକୁ ମନା କରିଥିଲେ ।

ମନ୍ଦାକିନୀ – 1994ରେ ରାମ ତେରି ଗଙ୍ଗା ମୈଲିରେ ଦର୍ଶକଙ୍କ ହୃଦୟ ଜିତିଥିବା ମନ୍ଦାକିନୀ ମଧ୍ୟ  ଅଣ୍ଡରଓ୍ୱାର୍ଲ୍ଡ ଜାଲରେ ଫସିଥିଲେ । ସେତେବଳେ  ଦାଉଦଙ୍କ ସହ  ତାଙ୍କ ଫଟୋ ଭାଇରାଲ ହୋଇଥିଲା । ତେବେ ଏକ ସାକ୍ଷାତକାରରେ ମନ୍ଦାକିନୀ କହିଥିଲେ ଦାଉଦ କେବଳ ତାଙ୍କ ବନ୍ଧୁ ।  ହେଲେ ଏହି ଫଟୋ ତାଙ୍କ କ୍ୟାରିୟକୁ ନଷ୍ଟ କରିଦେଇଥିଲା ।