latest

ଆତଙ୍କବାଦୀ ଟାର୍ଗେଟରେ ଉପରାଜ୍ୟପାଳ ଗିରୀଶ ମୁର୍ମୁ

Spread the love

ଜାମ୍ମୁ-କାଶ୍ମୀରରେ ନବ ନିଯୁକ୍ତ ଉପରାଜ୍ୟପାଳ ତଥା ଓଡିଆ ପୁଅ ଗିରୀଶ ମୁର୍ମୁ ଏବେ ଆତଙ୍କବାଦୀ ଟାର୍ଗେଟରେ ଥିବା ଜଣାଯାଇଛି । ତାଙ୍କ ବ୍ୟତୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହାଙ୍କ ସହିତ ଦେଶର ଅନେକ ବିଶିଷ୍ଟ ବ୍ୟକ୍ତି ଆତଙ୍କବାଦୀଙ୍କ ଟାର୍ଗେଟରେ ଅଛନ୍ତି। ଏନେଇ ଜାମ୍ମୁ-କାଶ୍ମୀର ପୋଲିସକୁ ଅବଗତ କରାଇଛି ଇଣ୍ଟେଲିଜେନ୍ସ ବ୍ୟୁରୋ(ଆଇବି)। ଗତ କିଛି ଦିନ ଧରି ଆତଙ୍କବାଦୀମାନେ ଯୋଜନା କରୁଥିବା ସୂଚନା ମିଳିଛି।

ଉଲ୍ଲେଖଯୋଗ୍ୟ, ଅଗଷ୍ଟ 5 ରେ ଜାମ୍ମୁ-କାଶ୍ମୀରରୁ ଧାରା 370 ଉଚ୍ଛେଦ ପରେ ରାଜ୍ୟ ପୁନଗର୍ଠନ ପୂର୍ବକ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ଜାମ୍ମୁ-କାଶ୍ମୀର ଓ ଲଦାଖ ଅକ୍ଟୋବର ୩୧ରେ ଅସ୍ଥିତ୍ଵକୁ ଆସିଛନ୍ତି। ଜାମ୍ମୁ-କାଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳର ପ୍ରଥମ ଉପ ରାଜ୍ୟପାଳ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି ଗୁଜରାତ କ୍ୟାଡରର ବରିଷ୍ଠ ଆଇଏଏସ ତଥା ଓଡ଼ିଶା ଜନ୍ମିତ ଗିରୀଶ ଚନ୍ଦ୍ର ମୁର୍ମୁ। ସେ ଅକ୍ଟୋବର 31 ରେ ଉପ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଥିଲେ। ଜାମ୍ମୁ-କାଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳକୁ ବିକାଶର ମାର୍ଗରେ ନେବା ଗିରୀଶଙ୍କ ଲାଗି ସବୁଠୁ ବଡ଼ ଚ୍ୟାଲେଞ୍ଜ। କିନ୍ତୁ ଆତଙ୍କବାଦୀଙ୍କ ଟାର୍ଗେଟରେ ଆସିବା ପରେ ତାଙ୍କର ସୁରକ୍ଷା ବଢାଇ ଦିଆଯାଇଛି। ଆତଙ୍କବାଦୀଙ୍କ ଆକ୍ରମଣ ଯୋଜନା ନେଇ ଗୁଇନ୍ଦା ତଥ୍ୟ ମିଳିବା ପରେ ସେନା ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Tags: