latest

‘ବୁଲବୁଲ’ ପ୍ରଭାବରେ ପାରାଦୀପରେ ବର୍ଷା

Spread the love

ସାମୁଦ୍ରିକ ବାତ୍ୟା ‘ବୁଲବୁଲ’ ପ୍ରଭାବରେ ରାଜ୍ୟରେ ମଧ୍ୟାହ୍ନରୁ ବର୍ଷା ଆରମ୍ଭ ହେବାର ସୂଚନା ମିଳିଛି। ତେବେ ଇତିମଧ୍ୟରେ ପାରାଦୀପରେ ବର୍ଷା ଆରମ୍ଭ ହୋଇଗଲାଣି। ମିଳିଥିବା ସୂଚନା ଅନୁଯାୟୀ ସାମୁଦ୍ରିକ ବାତ୍ୟା ‘ବୁଲବୁଲ’ ପଶ୍ଚିମବଙ୍ଗ ମୁହାଁ ହୋଇଛି । ଗତ ୬ ଘଂଟା ହେଲା ଏହା ଉତ୍ତର ପଶ୍ଚିମ ଦିଗକୁ ଘଣ୍ଟାପ୍ରତି ୬ କିଲୋମିଟର ବେଗରେ ଗତି କରୁଛି । ବର୍ତ୍ତମାନ ଏହା ପାରାଦୀପର ଦକ୍ଷିଣ ଏବଂ ଦକ୍ଷିଣ ପୂର୍ବରେ ୪୫୦ କିଲୋମିଟର ଦୂରରେ ରହିଛି ଏବଂ ପଶ୍ଚିମବଙ୍ଗର ସାଗର ଆଇସଲାଣ୍ଡର ଦକ୍ଷିଣରେ ୫୮୦ କିମି ଓ ବାଲାଂଦେଶର ଖେପୁପରାଠାରୁ ଦକ୍ଷିଣପଶ୍ଚିମକୁ ୬୭୦ କିମି ଦୂରରେ ରହିଛି । ୯ ତାରିଖ ସକାଳ ପର୍ଯ୍ୟନ୍ତ ଆହୁରି ବଳ ଗୋଟାଇବ । ବାତ୍ୟା ପ୍ରଭାବରେ ଶୁକ୍ରବାରଠାରୁ ଉପକୂଳ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ବର୍ଷା ହେବ । ବର୍ଷା ପାଇଁ ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ଏହି ସବୁ ଜିଲ୍ଲାଗୁଡ଼ିକରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ସେହିପରି ଶନିବାରଠାରୁ ବାଲେଶ୍ୱର, ଭଦ୍ରକ, କେନ୍ଦୁଝର ଓ ଜଗତସିଂହପୁର ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । ଭୀଷଣ ବର୍ଷାର ସମ୍ଭାବନା ଥିବାରୁ ୮ ଓ ୯ ତାରିଖ ଦୁଇ ଦିନ ପୁରୀ, ଜଗତସିଂପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଥିବା ବେଳେ ୯ ତାରିଖରେ ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ, ବାଲେଶ୍ବର ଓ ମୟୂରଭଞ୍ଜ ଆଦି ୬ଟି ଜିଲ୍ଲାରେ ସ୍କୁଲ୍, କଲେଜ ବନ୍ଦ ରଖାଯିବ। ବର୍ଷା ଓ ପବନର ଗତିକୁ ଲକ୍ଷ୍ୟ କରି ପ୍ରଭାବିତ ହେବାକୁ ଥିବା ଜିଲ୍ଲାରେ ୮ ତାରିଖ ଦିନ ସ୍କୁଲ୍ ବନ୍ଦ ରଖିବା ବିଷୟରେ ନିଷ୍ପତ୍ତି ନେବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଥିଲା।

Tags: