latest

୪ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ପବନ ବେଗ ୭୦ ରୁ ୯୦

Spread the News

ପଶ୍ଚିମବଙ୍ଗର ସୁନ୍ଦରବନରେ ଲ୍ୟାଣ୍ତଫଲ କରିବ । ତଥାପି ଭୟ କାରଣ ପାରଦ୍ବୀପ ଠାରୁ ମାତ୍ର ୧୨୦ କିଲୋମିଟର ଦୂର ଦେଇ ଅତିକ୍ରମ କରିବ ବାତ୍ୟା ବୁଲବୁଲ।  ତେଣୁ ବୁଲବୁଲ ପ୍ରଭାବରେ ରାଜ୍ୟରେ ୪ଟି ଜିଲ୍ଲାରେ ଅଧିକ ପ୍ରଭାବ ପଡିବ । ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସହିତ ପବନ ବେଗ ୭୦ ରୁ ୯୦ କିଲୋମିଟର ରହିବ। ଏହାକୁ ଆଖି ଆଗରେ ରଖି ପୂରା ସଜାଗ ହୋଇସାରିଲାଣି ପ୍ରଶାସନ। ଏବେ ଏହା ଭେରି ସିଭିୟର ସାଇକ୍ଲୋନରେ ପରିଣତ ହୋଇଛି। ୯ ତାରିଖ ଦିନ ସାଢେ ୧୧ଟା ପର୍ଯ୍ୟନ୍ତ ଭେରି ସିଭିୟର ସାଇକ୍ଲୋନ ଭାବେ ଗତିଶୀଳ ରହିବ।  ଏହାପରେ ଦୁର୍ବଳ ହେବ। ଏବଂ  ୧୦ ତାରିଖ ଭୋରରୁ ବୁଲବୁଲ ସୁନ୍ଦରବନରେ ସ୍ଥଳ ଭାଗ ଛୁଇଁବ ।  ଘଣ୍ଟାକୁ ୧୮ କିଲୋମିଟର ବେଗରେ ଗତି କରୁଥିବା ସିଭିୟର ସାଇକ୍ଲୋନ ପଶ୍ଚିମବଙ୍ଗ ଓ ବାଙ୍ଗଲାଦେଶ  ମଝିରେ ଅତିକ୍ରମ କରିବ। ତେବେ ଏହା ପୂର୍ବରୁ ଏହାର ଉତ୍ତର ଓ ଉପକୂଳ ଓଡ଼ିଶାରେ ଏହାର ପ୍ରଭାବ ଅନୁଭୂତ ହେବ। ଆଇଏମଡି ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ପାରାଦ୍ବୀପ ଠାରୁ ୩ଶହ କିଲୋମିଟର ଦୂରରେ ଅଛି ବୁଲବୁଲ । ତେବେ ଓଡିଶା ଉପକୂଳରୁ ୧୨୦ କିଲୋମିଟର ଦୁରରେ ରହି ଏହା ଉତ୍ତର ପୂର୍ବ ଦିଗରେ ଗତି କରିବ।  ଓଡିଶାକୁ ଅତିକ୍ରମ କରିବା ବେଳେ ୭୦ରୁ ୯୦ କିଲୋମିଟର ବେଗରେ ପବନ ବହିବ ସହିତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଓଡିଶାରେ ବୁଲ ବୁଲ ଲାଣ୍ତଫଲ ନ କଲେ ବି ୪ଟି ଜିଲ୍ଲାରେ ଏହାର ପ୍ରଭାବ ପଢ଼ିବ ବୋଲି ପାଣିପାଗ ବିଭାଗ ସ୍ପଷ୍ଟ କରିଛି। ବିଶେଷ କରି ବାଲେଶ୍ବର ଓ ଭଦ୍ରକ ଏଥିରେ ବେଶୀ ପ୍ରଭାବିତ ହେବ। ଏହା ସହିତ କେନ୍ଦ୍ରପଡା ଓ ଜଗତସିଂହ ପୁର ଜିଲ୍ଲାରେ ମଧ୍ୟ କେତେକାଂଶରେ ଏହାର ପ୍ରଭାବ ପଡିବ।  

 

Tags: