latest

ସ୍ମାର୍ଟ ଫୋନ୍‍ ବଢ଼ାଉଛି ଆଇ ଷ୍ଟ୍ରୋକ୍‍ ବିପଦ

Spread the love

ଅନ୍ଧାରରେ ସ୍ମାର୍ଟ ଫୋନ୍‍ ବ୍ୟବହାର କରିବାର ଅଭ୍ୟାସ ଆଖି ପାଇଁ ଘାତକସାବ୍ୟସ୍ତ ହୋଇପାରେ । ଚୀନର ଡାକ୍ତରଙ୍କ କହିବା ଅନୁସାରେ ଏହାଦ୍ୱାରା ଆଇଷ୍ଟ୍ରୋକ୍‍ ଏବଂ ପିଲାଙ୍କ ଆଖି ତେଢା ହେବାର ବିପଦ ଅଧିକ ବଢିଥାଏ । ନିକଟରେଚୀନର ଜଣେ ବ୍ୟକ୍ତିଙ୍କ ଦୃଷ୍ଟି ଶକ୍ତି ଏହି ସ୍ମାର୍ଟ ଫୋଟ୍‍ କାରଣରୁ ଚାଲିଯାଇଛି । ବ୍ୟକ୍ତି ଜଣଙ୍କ ଅନ୍ଧାରରେ ଦୀର୍ଘ ସମୟ ଧରି ସ୍ମାର୍ଟ ଫୋନ୍‍ରେ ଭିଡିଓ ଗେମ୍‍ଖେଳିବାର ଅଭ୍ୟାସରେ ପଡିଯାଇଥିଲେ । ବିଶେଷଜ୍ଞମାନଙ୍କ ମତରେ ଆଧୁନୀକ ଇଲେକ୍ଟ୍ରୋ ନିକ୍‍ ଉପକରଣ ଯଥାମୋବାଇଲ୍‍ ଫୋନ୍‍, ଟ୍ୟାବ୍‍, ଲାପଟପ୍‍ ଉପରେ ଅଧିକ ସମୟ ଦୃଷ୍ଟି ଦେବାକାରଣରୁ ଏହା ପିଲାଙ୍କର ଆଖି ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ । ପିଲାମାନେ ଦୂର ବସ୍ତୁକୁ ଦେଖିବାରେ ଅସୁବିଧା ଭୋଗିଥାନ୍ତି । ପାଖକୁ ଦେଖିବାରଅଭ୍ୟାସ କାରଣରୁ ଆଖି ଉପରେ ଏହାର ବଡ଼ ପ୍ରଭାବ ପଡିଥାଏ । ଏହା ଦ୍ୱାରାଆଖି ତେଢା ହୋଇଥାଏ ଏବଂ ଚଷମାର ନମ୍ବର ବଢିବାରେ ଲାଗିଥାଏ । ତେଣୁମାଆ-ବାପାମାନେ ପିଲାଙ୍କୁ ଏହି ଅଭ୍ୟାସରୁ ଦୂରେଇ ରଖିବା ଆବଶ୍ୟକ ।ସେହିପରି ଆଇ ଷ୍ଟ୍ରୋକ୍‍ ମଧ୍ୟ ବଡ଼ ବିପଦ ଆଣିଥାଏ । ବାରମ୍ବାର ସ୍ମାର୍ଟ ଫୋନ୍‍ର କ୍ଷତିକାରକ ରଶ୍ମି ଆଖିରେ ପଡିବା ଦ୍ୱାରା ରେଟିନାକୁ ରକ୍ତ ପ୍ରବାହ ଅଟକିଯାଇଥାଏ । ସେତେବେଳେ ଆଇ ଷ୍ଟ୍ରୋକ ହୁଏ । ଏହାଦ୍ୱାରା ଦୃଷ୍ଟିଶକ୍ତି ଦୁର୍ବଳ ହୁଏ,ଦେଖିବା ଶକ୍ତି କମିଯାଇଥାଏ ।

Tags: