latest

ଆଜିଠାରୁ ମୁମ୍ବାଇରେ ଆୟୋଜନ ‘ଓଡ଼ିଶାଫେଷ୍ଟ’

Spread the News

ନାଭି ମୁମ୍ବାଇ ‘ସି ଉଡ୍‌ ଗ୍ରାଣ୍ଡ ସେଣ୍ଟ୍ରାଲ୍‌ ହଲ୍‌’ଠାରେ ‘ଓଡ଼ିଶା ଫେଷ୍ଟ’ ଅନୁଷ୍ଠିତ ହେବ। ମୁମ୍ବାଇ ଓ ନାଭିମୁମ୍ବାଇଠାରେ ବସବାସ କରୁଥିବା ପ୍ରବାସୀ ଓଡ଼ିଆଙ୍କ ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି, ଯାହାକି ୧୦ ତାରିଖ ପର୍ଯ୍ୟନ୍ତ ୩ ଦିନ ବ୍ୟାପୀ ଅନୁଷ୍ଠିତ ହେବ। ଆୟୋଜକଙ୍କ ସୂଚନା ଅନୁଯାୟୀ, ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଡ଼ିଶାର ସୌନ୍ଦର୍ଯ୍ୟ ସହିତ ଚମକପ୍ରଦ ତଥା ଅଜ୍ଞାତ ଐତିହ୍ୟର ଝଲକ ଦେଖିବାକୁ ମିଳିବ। ଏଥିରେ ଓଡ଼ିଶୀ, ସମ୍ବଲପୁରୀ, ଗୋଟିପୁଅ, ଛଉ , ପାଇକ ନୃତ୍ୟ ପ୍ରଦର୍ଶନ ହେବା ସହିତ ଖ୍ୟାତନାମା କଣ୍ଠଶିଳ୍ପୀମାନେ ସଂଗୀତ ପରିବେଷଣ କରିବେ। ଏଥିସହିତ, ବିଭିନ୍ନ କାର୍ଯ୍ୟକ୍ରମ ଅବସରରେ ପ୍ରାମାଣିକ ଚଳଚ୍ଚିତ୍ର ପ୍ରଦର୍ଶନ କରାଯିବା ସହିତ ବିଭିନ୍ନ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯିବ। କାର୍ଯ୍ୟକ୍ରମରେ ଉଚ୍ଚପଦସ୍ଥ ଅଧିକାରୀ, ଓଡ଼ିଶାର ବିଭିନ୍ନ ଗଣମାଧ୍ୟମ ତଥା ବିଭିନ୍ନ କ୍ଷେତ୍ରରେ କ‌ାର୍ଯ୍ୟରତ ବ୍ୟକ୍ତିବିଶେଷ ଯୋଗଦେବେ ବୋଲି ଆାୟାଜକଙ୍କ ପକ୍ଷରୁ କୁହାଯାଇଛି।

Tags: