latest

ଗର୍ଭସ୍ଥ ଶିଶୁ ମଧ୍ୟ ହେଉଛି ପ୍ରଦୂଷଣର ଶୀକାର

Spread the News

ବାୟୁ ପ୍ରଦୂଷଣକୁ ନେଇ ଏବେ ସମସ୍ତେଚିନ୍ତାରେ । ଖାଲି ଲୋକେ ନୁହଁନ୍ତି ଏହି ପ୍ରଦୂଷରକୁପ୍ରଭାବ ମଧ୍ୟ ଗର୍ଭସ୍ଥ ଶିଶୁ ଉପରେ ପଡିଥାଏ । ଯଦି ମହିଳାମାନେ ଏଥିପ୍ରତି ବିଶେଷ ଦୃଷ୍ଟି ନଦିଅନ୍ତି ତେବେ ଗର୍ଭସ୍ଥ ଶିଶୁର ସ୍ୱାସ୍ଥ୍ୟ ପ୍ରତି ଖରାପ ପ୍ରଭାବପଡିଥାଏ, ଜନ୍ମ ସମୟରେ ପିଲାଟି କିଛି ବିକୃତି ନେଇପଦାକୁ ଆସିଥାଏ । ତେଲ ଅଭିଭ ବିଶ୍ୱବିଦ୍ୟାଳୟ ପକ୍ଷରୁ କରାଯାଇଥିବା ଏକ ସର୍ବେକ୍ଷଣରୁ ଦିଆଯାଇଛି ଏହି ସୂଚନା ।ଗଙ୍ଗାରାମ ଡାକ୍ତରଖାନାର ଡାକ୍ତର ଧୀରେଗୁପ୍ତା ଏହିରିପୋର୍ଟ ସମ୍ପର୍କରେ କହିଛନ୍ତି ଯେ, ଗର୍ଭବତୀ ମହିଳାମାନେ ଯେତେବେଳେ ପ୍ରଦୂଷିତ ବାୟୁକୁ ନିଶ୍ୱାସ ନେଇଥାନ୍ତି ସେତେବେଳେ ଏହା ଶରୀର ମଧ୍ୟକୁ ପ୍ରବେଶ କରିଥାଏ । ଫଳରେ ଗର୍ଭସ୍ଥ ଶିଶୁର ଶରୀରରେ ରକ୍ତ ପ୍ରବାହ ବାଧାପ୍ରାପ୍ତ ହୋଇଥାଏ । ବିକାଶ ଅଟକି ଯାଏ, ଶାରୀରିକ ଏବଂ ମାନସିକ ବିକାଶ ବାଧାପ୍ରାପ୍ତହୋଇଥାଏ । ଅନେକ ସମୟରେ ଏହି କାରଣରୁ ମହିଳାମାନେ ସମୟପୂର୍ବରୁ ସନ୍ତାନ ଜନ୍ମ ଦେବାକୁ ବାଧ୍ୟହୋଇଥାନ୍ତି । ଭାରତ ପରିପ୍ରେକ୍ଷୀରେ ରିପୋର୍ଟରେ ଉଲ୍ଲେକ କରାଯାଇଛିଯେ, ଏହି ପ୍ରଦୂଷିତ ବାୟୁକାରଣରୁ ପ୍ରତି ୧୦ହଜାର ଶିଶୁଙ୍କ ମଧ୍ୟରୁ ୯ଜଣ ଶିଶୁ୫ ବର୍ଷ ପର୍ଯ୍ୟନ୍ତପହଞ୍ଚିପାରନ୍ତି ନାହିଁ । ତେଣୁ ଗର୍ଭବତୀ ମହିଳାମାନେ ଯଥାସମ୍ଭବ ଏହିପ୍ରଦୂଷଣରୁ ନିଜକୁଦୂରେଇରଖିବାଜରୁରୀ

Tags: