latest

ଜିଓର ୧୪୯ଟଙ୍କା ପ୍ଲାନ୍‌ରେ ପରିବର୍ତ୍ତନ

Spread the love

ରିଲାଏନ୍ସ ଜିଓ ନିଜର ଏକ ପ୍ରିପେଡ ପ୍ଲାନ୍‌ରେ ବଡ଼ ପରିବର୍ତ୍ତନ କରିଛି। ଏହା ୧୪୯ଟଙ୍କାର ପ୍ଲାନ୍‌ ରହିଛି। ଜିଓର ଅନ୍ୟ ପ୍ଲାନ୍‌ ଅପେକ୍ଷା ୧୪୯ଟଙ୍କାର ପ୍ଲାନ୍‌ ଉପରେ ବ୍ୟବହାରକାରୀଙ୍କ ଅଧିକ ଚାହିଦା ରହିଥାଏ। ଜିଓ ଏବେ ୧୪୯ଟଙ୍କାର ପ୍ରିପେଡ ପ୍ଲାନ୍‌କୁ ଆଲ-ଇନ୍‌-ଓ୍ଵାନ୍‌ ରିଚାର୍ଜରେ ବଦଳାଇ ଦେଇଛି। ଅର୍ଥାତ ଏହି ପ୍ଲାନ୍‌ ୨୨୨, ୩୩୩, ୪୪୪ ଓ ୫୫୫ଟଙ୍କାର ପ୍ଲାନ୍‌ ଆଲ-ଇନ୍‌-ଓ୍ଵାନ୍‌ ପ୍ଲାନ୍‌ର ଲିଷ୍ଟରେ ସାମିଲ ହୋଇଯାଇଛି। ଏହି ପରିବର୍ତ୍ତନ ହେତୁ ୧୪୯ଟଙ୍କାର ପ୍ରିପେଡ୍‌ ପ୍ଲାନ୍‌ର ଭେଲିଡିଟି ବି ହ୍ରାସ ପାଇ ଯାଇଛି। ଜିଓର ୧୪୯ଟଙ୍କାର ପ୍ଲାନ୍‌ରେ ପ୍ରଥମେ ବ୍ୟବହାରକାରୀଙ୍କୁ ୨୮ଦିନର ବୈଧତା ମିଳୁଥିଲା, କିନ୍ତୁ ଏବେ ଏହି ପ୍ଲାନ୍‌ରେ ୨୪ଦିନର ଭେଲିଡିଟି ମିଳିବ। ତେବେ ଗ୍ରାହକଙ୍କ ପାଇଁ ଭଲ ଖବର ହେଉଛି, ଏହି ପ୍ଲାନ୍‌ରେ ଏବେ ଜିଓ ବ୍ୟବହାରକାରୀଙ୍କୁ ୩୦୦ନନ-ଜିଓ ଭଏସ୍‌ କଲିଂ ମିନିଟ୍‌ ବି ମିଳିବ। ଜିଓର ଅଲ୍‌-ଇନ୍‌-ଓ୍ଵାନ୍‌ ରିଚାର୍ଜରେ ପ୍ରିପେଡ ବ୍ୟବହାରକାରୀଙ୍କୁ ବଂଡଲ୍ଡ ନନ-ଜିଓ ଭଏସ୍‌ କଲିଂ ଦେବା ପାଇଁ ଲଞ୍ଚ୍‌ କରାଯାଇଛି।

 
Tags: