Date: November 11, 2019

Total 16 Posts

ଆଇଟି କମ୍ପାନିମାନେ ଛଟେଇ କରିବେ ହଜାର ହଜାର କର୍ମଚାରୀଙ୍କୁ

ଦେଶର ଆଇଟି ଉଦ୍ୟୋଗରେ ଆଗାମୀ ଦିନରେ ହଜାର ହଜାର ଛଟେଇ ହେବାର ଆଶଙ୍କା ଦେଖାଦେଇଛି । ପ୍ରାୟ ପ୍ରତି ବଡ଼ କମ୍ପାନି ୧୦ରୁ ୨୦ ହଜାର ପର୍ଯ୍ୟନ୍ତ ଛଟେଇ କରିବାର ସମ୍ଭାବନା ରହିଛି ବୋଲି ଦେଶର ପ୍ରମୁଖ୍ୟ ବାଣିଜ୍ୟ ଖବରକାଗଜ ବିଜନେସ୍‌

୩ ମାସ ପରେ କଶ୍ମୀରରେ ଗଡ଼ିଲା ଟ୍ରେନ

୩ ମାସ ପରେ କଶ୍ମୀର ଉପତ୍ୟକାରେ  ସ୍ୱାଭାବିକ ହେଲା ରେଳ ଚଳାଚଳ । ୩ ମାସ ପର୍ଯ୍ୟନ୍ତ ବନ୍ଦ ଥିବା ଏହି ରେଳସେବା ଆଜିଠାରୁ ଚାଲୁ ହୋଇଛି । ଜାମ୍ମୁକଶ୍ମରୀରେ ଧାରା  ୩୭୦ ହଟିବା ପରେ ସୁରକ୍ଷାକୁ ଦୃଷ୍ଟିରେ ରଖି ରେଳ

ଅଯୋଧ୍ୟା ରାୟ, ଆପତ୍ତିଜନକ ମନ୍ତବ୍ୟ ଦେଇ ୩୭ ଗିରଫ

ଅଯୋଧ୍ୟା ରାୟ ପ୍ରକାଶ ପାଇବା ପରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା‌ ଅଭିଯୋଗରେ ଉତ୍ତର ପ୍ରଦେଶ ପୁଲିସ ମୋଟ ୩୭ ଜଣଙ୍କୁ ଗିରଫ କରିଛି ଏବଂ ୧୨ଟି ଏଫ୍‌ଆଇଆର୍‌ ରୁଜୁ କରିଛି। ସେହିଭଳି ୩,୭୧୨ ଆପତ୍ତିଜନକ ସୋସିଆଲ୍‌ ମିଡିଆ ପୋଷ୍ଟ୍‌ ଉପରେ ପୁଲିସ

ଅଢ଼େଇ ବର୍ଷରେ ସମ୍ପୂର୍ଣ୍ଣ ହେବ ରାମ ମନ୍ଦିର, ୧୦୦ କୋଟି ଖର୍ଚ୍ଚ ଅଟକଳ

ଅଯୋଧ୍ୟାର ବିବାଦୀୟ ସ୍ଥଳରେ ରାମ ମନ୍ଦିର ନିର୍ମାଣ ପାଇଁ ସୁପ୍ରିମ୍‌ କୋର୍ଟଙ୍କ ୫ ଜଣିଆ ସମ୍ବିଧାନ ପୀଠ ଗତକାଲି ରାୟ ପ୍ରକାଶ କରିବା ପରେ ଏବେ ମନ୍ଦିର ନିର୍ମାଣ ପ୍ରକ୍ରିୟା ତ୍ବରାନ୍ବିତ କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି। ୩୦ ବର୍ଷ

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣଲାଗି ୫ ଲକ୍ଷ ଟଙ୍କା ଦାନ କରିବେ ଆସାମର ମୁସଲମାନ ସଂଗଠନ

ସୁପ୍ରିମ୍ କୋର୍ଟଙ୍କ ଦ୍ବାରା ବହୁପ୍ରତୀକ୍ଷିତ ଅଯୋଧ୍ୟା ମାମଲାର ରାୟ ପ୍ରକାଶ ପାଇବାପରେ ଆସାମର ଏକ ମୁସଲମାନ ସଂଗଠନ ପକ୍ଷରୁ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣଲାଗି ୫ ଲକ୍ଷ ଟଙ୍କା ଦାନ କରାଯିବା ନେଇ ଘୋଷଣା କରାଯାଇଛି। ୨୧ଟି ସଂଗଠନକୁ ନେଇ ଗଠିତ

୧୩ରୁ ବିଧାନସଭାର ଶୀତକାଳୀନ ଅଧିବେଶନ

ଆସନ୍ତା ୧୩ ତାରିଖରୁ ଆରମ୍ଭ ହେବ ବିଧାନସଭା ଅଧିବେଶନ । ଏହି ଅଧିବେଶନରେ ୩୦ଟି କାର୍ଯ୍ୟ ଦିବସ ରହିଛି । ଏଥିମଧ୍ୟରୁ ୨୧ଟି ସରକାରୀ କାର୍ଯ୍ୟ ଦିବସ ଓ ୫ଟି ବେସରକାରୀ କାର୍ଯ୍ୟଦିବସ ରହିଛି । ଅଧିବେଶନରେ ପ୍ରଥମ ଦିନରେ ୨୦୧୯-୨୦

ପ୍ରଥମ ମାସରେ ତେଜସ୍ ଏକ୍ସପ୍ରେସରୁ ମିଳିଲା ୭୦ ଲକ୍ଷ ଟଙ୍କାର ଲାଭ

ଭାରତୀୟ ରେଳବାଇର ପ୍ରଥମ ଘରୋଇ ଟ୍ରେନ୍ ତେଜସ୍ ଏକ୍ସପ୍ରେସ୍ ପ୍ରଥମ ମାସରେ ପ୍ରାୟ ୭୦ ଲକ୍ଷ ଟଙ୍କାର ଲାଭ କରିଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁଯାୟୀ କେବଳ ଟିକଟ ବିକ୍ରିରୁ ପ୍ରାୟ ୩ କୋଟି ୭୦ ଲକ୍ଷ ଟଙ୍କାର ଆୟ ହୋଇଛି। ଗତ

ନଭେମ୍ବର ୨୭ରେ ରିଲିଜ୍ ହେବ ‘ମୈଦାନ’

ବଲିଉଡର ପ୍ରତିଭାବାନ୍‌ ଅଭିନେତା ଅଜୟ ଦେବଗନ୍‌ଙ୍କ ନୂଆ ସିନେମା ‘ମୈଦାନ’ର ରିଲିଜ୍ ତାରିଖ ଏବେ ସାମ୍ନାକୁ ଆସିଛି । ଏହା ୨୦୨୦ ମସିହା ନଭେମ୍ବର ୨୭ ତାରିଖରେ ରିଲିଜ୍ ହେବ ବୋଲି ଘୋଷିତ ହୋଇଛି। ଏଥିରେ ଅଜୟ ଦେବଗନ୍‌ ମହାନ ଫୁଟବଲ୍‌

ଜେଏନ୍‌ୟୁ ଫି’ ବୃଦ୍ଧି ଯୋଗୁଁ ବିକ୍ଷୋଭ

ଫି’ ବୃଦ୍ଧି ସହ ଅନ୍ୟାନ୍ୟ କେତେକ ଘଟଣା ପାଇଁ ସୋମବାର ଦିନ ଜବାହରଲାଲ୍‌ ନେହେରୁ ୟୁନିଭର୍ସିଟି ବାହାରେ ଏକ ନାଟକୀୟ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଜେଏନ୍‌ୟୁ ଛାତ୍ର ସଙ୍ଗଠନ ଏହି ପ୍ରତିବାଦ ଆୟୋଜନ କରିଥିଲେ।ପ୍ରତିବାଦକାରୀଙ୍କ ଉଗ୍ର କାର୍ଯ୍ୟକଳାପ ଆଶଙ୍କାରେ ପୁଲିସ ବେରିକେଡ୍‌

ଟି.ଏନ୍. ଶେଷାନଙ୍କର ପରଲୋକରେ ଶୋକ ପ୍ରକାଶ କଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ

ଭାରତର ପୂର୍ବତନ ମୁଖ୍ୟ ନିର୍ବାଚନ କମିସନର ଟି.ଏନ୍.ଶେଷାନଙ୍କର ପରଲୋକରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଟୁଇଟର ଆକାଉଣ୍ଟରୁ ଟୁଇଟ କରି ଲେଖିଛନ୍ତି,‘ ଭାରତର ପୂର୍ବତନ ମୁଖ୍ୟ ନିର୍ବାଚନ କମିସନର

ଟ୍ରେନକୁ ଧକ୍କା ଦେଲା ଟ୍ରେନ : ୩୦ ଆହତ

ଦୁଇ ଟ୍ରେନ୍ ମୁହାଁମୁହିଁ ଧକା । ହାଇଦ୍ରାବାଦର ନିମ୍ବୋଲି ଆଦାର କାଚେଗୁଡା ରେଲୱେ ଷ୍ଟେସନରେ ଘଟିଛି ଏହି ଦୁର୍ଘଟଣା ।  ପ୍ରାଥମିକ ସୂଚନା ଅନୁଯାୟୀ ପ୍ଲାଟଫର୍ମରେ ଛିଡା ହୋଇଥିବା କୋଙ୍ଗୁ ଏକ୍ସପ୍ରେସ ଉପରକୁ ମାଡି ଯାଇଥିଲା ଏମଏମଟିଏସ୍  ଟ୍ରେନ୍  । ଫଳରେ