latest

ସୁନାରେ ତିଆରି ବୁଲେଟ୍‍ ପ୍ରୁଫ୍‍ ଟୟଲେଟ

Spread the love

କିଛି ଲୋକଙ୍କ ମନରେ କିଛି ଭିନ୍ନ କରିବାର ଏପରି ନିଶା ଦେଖିବାକୁ ମିଳିଥାଏ ଯେ, ଏଥିପାଇଁ ସେମାନେଅପର୍ଯ୍ୟାପ୍ତ ଅର୍ଥ ଖର୍ଚ୍ଚ କରିବାକୁ ପଛାଇ ନଥାନ୍ତି । ଚାଇନାର ଟ୍ରେଡ୍‍ ଫେୟାରରେ ଏପରି ଏକ ଟୟଲେଟ୍‍ଦେଖିବାକୁ ମିଳିଛି ଯାହା ସମ୍ପୂର୍ଣ୍ଣ ଭାବେ ସୁନାରେ ତିଆରି । ଏହି ସ୍ୱତନ୍ତ୍ର ଟୟଲେଟ୍‍କୁ ବନାଇବା ପାଇଁ ୩୩୪୧୬୮କ୍ୟାରେଟ୍‍ର ୪୦,୮୧୫ଟି ହୀରା ଲାଗିଛି । ଟ୍ରେଡ୍‍ ଫେୟାରକୁ ଆସୁଥିବା ସମସ୍ତ ଲୋକେ ଏହି ଟୟଲେଟ୍‍ଦେଖିବାକୁ ଭିଡ଼ ଜମାଉଛନ୍ତି । ହଂକଂର ଅରୋନ ସୁନ୍‍ ଜୁଏଲାରୀ ଫାର୍ମ ପକ୍ଷରୁ ଏହି ଟୟଲେଟ୍‍ ତିଆରିକରାଯାଇଥିଲା ବେଳେ ଏହାର ମୂଲ୍ୟ ରହିଛି ୯ କୋଟି ଟଙ୍କା । ଏହି ଟୟଲେଟଟି ମଧ୍ୟ ବୁଲେଟ୍‍ ପ୍ରୁଫ୍‍ ଅଟେ ।ଜୁଏଲାରୀ ଫାର୍ମର ମୁଖିଆଙ୍କ କହିବା ଅନୁସାରେ ଆମେ ଏଥିରେ ଅଧିକ ହୀରା ଲଗାଇଥିବାରୁ ଏହାର ନାମଗିନିଜ ବୁକ୍‍ ବହିରେ ସାମିଲ ହେଉ ବୋଲି ଆଶା କରୁଛୁ । ପୂର୍ବରୁ ଏହି ଫାର୍ମ ୪୦୦ କ୍ୟାରେଟ୍‍ ହୀରା ଲାଗିଥିବାଏବଂ ୧୦ ହଜାର ଗୋଲାପି ହୀରା ଲାଗିଥିବା ଜୋତାକୁ ମଧ୍ୟ ବଜାରରେ ପ୍ରଦର୍ଶିତ କରାଇସାରିଛନ୍ତି ।

Tags: