latest

କଙ୍କଡାର ମୂଲ୍ୟ ୩୨ ଲକ୍ଷ ୬୬ହଜାର ଟଙ୍କା

Spread the love

ପ୍ରତିବର୍ଷ ଜାପାନରେ ଶୀତଋତୁ ଆରମ୍ଭ ହେବା ପରେସାମୁଦ୍ରିକ ଖାଦ୍ୟ ଯଥା ମାଛ,ଚିଙ୍ଗୁଡିି, କଙ୍କଡାର ନିଲାମ ପ୍ରକ୍ରିୟାଆରମ୍ଭ ହୋଇଥାଏ । ଏହାକୁ ଅନେକ ଲୋକ, ରେଷ୍ଟୁରାଣ୍ଟମାଲିକମାନେ ଅପେକ୍ଷା କରିଥାନ୍ତି । ନିକଟରେ ଜାପାନରପଶ୍ଚିମାଞ୍ଚଳରେ ଥିବା ଟୋଟୋରି ଠାରେ ବରଫ ଭିତରୁମିଳୁଥିବା ଏକ କଙ୍କଡ଼ା ଆସିଛି ଚର୍ଚ୍ଚାକୁ । ଏହାକୁ ସ୍ନୋ କ୍ରାବ୍‍କୁହାଯାଉଛି ।ଏହି କଙ୍କଡ଼ାର ଓଜନ ୧୨୦୦ ଗ୍ରାମ ଥିଲା ବେଳେ ଲମ୍ବଥିଲା ୧୪.୬ ସେଣ୍ଟିମିଟର । ଗତବର୍ଷ ସ୍ନୋ କ୍ରାବର ନିଲାମୀମୂଲ୍ୟ ୧୩ଲକ୍ଷ ଟଙ୍କା ଥିଲା ବେଳେ ଏହି ସ୍ନୋ କ୍ରାବଟି ପୂର୍ବରେକର୍ଡ ଭାଙ୍ଗିଛି । ଏହି କଙ୍କଡ଼ାଟି ବିକ୍ରି ହୋଇଛି ୩୨ ଲକ୍ଷ୬୬ହଜାର ଟଙ୍କାରେ । କଙ୍କଡ଼ାଟି ବର୍ତ୍ତମାନର ସବୁଠୁ ମହଙ୍ଗାକଙ୍କଡ଼ା ଭାବେ ପରିଗଣିତ ହେଉଛି।

Tags: