latest

ସଚିନ, ଅମ୍ବାନୀ ଓ ସଲମାନ ଖାନ୍ ଙ୍କ ଭଳି ଅମିର ଲୋକେ କେଉଁଠୁ କ୍ଷୀର ମଗାନ୍ତି, ଆସନ୍ତୁ ଜାଣିବା

Spread the love

ବଲିଉଡ ଷ୍ଟାର ହୁଅନ୍ତୁ କିମ୍ବା ସଚିନ, ବିରାଟଙ୍କ ଭଳି କ୍ରିକେଟରମାନଙ୍କ ଫିଟନେସ ଦେଖି ସମସ୍ତେ ତାଙ୍କ ବିଷୟରେ ଜାଣିବାକୁ ଇଚ୍ଛା ପ୍ରକାଶ କରନ୍ତି । ସେମାନେ କଣ ଖାଆନ୍ତି, କେଉଁଠୁ ଜିନିଷ ମଗାନ୍ତି ଇତ୍ୟାଦି । ଆଜି ଆମେ ଆପଣଙ୍କୁ କହିବୁ ସଚିନ ତେନ୍ଦୁଲକର, ସଲମାନ ଖାନ୍, ଅମିତାଭ ବଚ୍ଚନଙ୍କ ଭଳି ବଡବଜ ଲୋକେ ମାନେ  ପ୍ରତିଦିନ କ୍ଷୀର କେଉଁଠୁ ମଗାଇଥାନ୍ତି । ପୁଣେ ସହରର ଭାଗ୍ୟଲକ୍ଷ୍ମୀ ଡେରୀ ବହୁତ ପ୍ରସିଦ୍ଧ । ସେଠାରୁ ମୁମ୍ବାଇ ସହରର ପ୍ରସିଦ୍ଧ ଲୋକମାନେ କ୍ଷୀର ମଗାଇଥାନ୍ତି । ଅମ୍ବାନୀ ପରିବାର ମଧ୍ୟ ସହିଠାରୁ କ୍ଷୀର ମଗାନ୍ତି ।

ଭାଗ୍ୟଲକ୍ଷ୍ମୀ କ୍ଷୀର – ପୁଣେ ସହରର ଦେବେନ୍ଦ୍ର ସାହା ଏହି ଡେରୀର ମାଲିକ । ପ୍ରଥମେ ଏଠାକୁ ବହୁତ କମ୍ ଗ୍ରାହକ ଆସୁଥିଲେ ।  କିନ୍ତୁ ଭଲ କ୍ଷୀର ସର୍ଭିସ କରିବାରୁ ଗ୍ରାହକଙ୍କ ସଂଖ୍ୟା ବଢିବାରେ ଲାଗିଲେ । ଏବେ ଭାଗ୍ୟଲକ୍ଷ୍ମୀ ଡେରୀରେ 22,000 ଗ୍ରାହକ ଅଛନ୍ତି । ଏଠାରୁ ମୁମ୍ବାଇର ବଡବଡ ଲୋକେ କ୍ଷୀର ମଗାଇଥାନ୍ତି । କାରଣ ଏଠାରେ ମୁଳୁଥିବା କ୍ଷୀର ବହୁତ ମହଙ୍ଗା । ଏହି ଡେରୀରେ ଉତ୍ତମ ଧରଣର ଗାଈ ଅଛନ୍ତି । ପ୍ରାୟ 2000 ଗାଈ ଅଛନ୍ତି ଏଠାରେ । ଦିନକୁ 25000 ଲିଟରେ କ୍ଷୀର ଉତ୍ପାଦନ ହୋଇଥାଏ । ଏଠାରେ ଗାଈମାନଙ୍କୁ  ମିନେରାଲ ପାଣି ଦିଆଯାଏ । ଭାଗ୍ୟଲକ୍ଷୀ ଡାରୀରେ କ୍ଷୀର ଲିଟର 140ଟଙ୍କା ।

 

Tags: