latest

ଜାଣନ୍ତୁ ପର୍ସ ରେ କେଉଁ ଜିନିଷ ରଖିଲେ ହୋଇଯିବେ ଭିକାରି

Spread the love

ଯଦି ଆପଣ ପର୍ସଟିଏ କିଣି କରି ଆଣୁଛନ୍ତି ତେବେ ଭଲ କଥା କିନ୍ତୁ ଯଦି ଆପଣଙ୍କୁ ପର୍ସ କେହି ଗିଫ୍ଟ କରୁଛି ତେବେ ତାହା ଆପଣଙ୍କ ପାଇଁ ବହୁତ ଶୁଭଦାୟକ ହୋଇଥାଏ । ଯେଉଁ ପର୍ସ ଆପଣ ୟୁଜ କରୁଛନ୍ତି ତାହାକୁ ପ୍ରତି ବର୍ଷରେ ଥରେ ବଦଳାଇ ଦିଅନ୍ତୁ, ତାହା ଭଲ ଥାଉ କିମ୍ବା ନ ଥାଉ । କେହିକେହି ଭାବନ୍ତି କି ଏହି ପର୍ସ ମୋ ପାଇଁ ଲକି, ଏହାକୁ ରଖିବା ଦ୍ଵାରା ମୋର ଧନବୃଦ୍ଧି ହେଉଛି । 

କିନ୍ତୁ ଏପରି ଭାବିବା ସଂପୂର୍ଣ୍ଣ ଭୁଲ । କାରଣ ଟଙ୍କାକୁ ଆମେ ଲକ୍ଷ୍ମୀ ବୋଲି ଭାବିଥାଉ । ଲକ୍ଷ୍ମୀ କେବେହେଲେ ଅପରିଷ୍କାର ଜାଗାରେ ରହିବାକୁ ପସନ୍ଦ କରନ୍ତି ନାହିଁ ।

ଯଦି ପର୍ସଟି ମଝିରୁ ଚିରି ଯାଉଛି ବା ଫାଟି ଯାଉଛି ତେବେ ତାହାକୁ ତୁରନ୍ତ ବଦଳାଇ ନିଅନ୍ତୁ, କାରଣ ଫଟା ପର୍ସରେ ପଇସା ରଖିବା ଦ୍ଵାର ଅଯଥା ଖର୍ଚ୍ଚ ବୃଦ୍ଧି ହୋଇଥାଏ । ଏବେ ଜାଣିବା ପର୍ସରେ କଣ ରଖିଲେ ମା’ ଲକ୍ଷ୍ମୀ ସନ୍ତୁଷ୍ଟ ହୋଇଥାନ୍ତି । ଆପଣଙ୍କର ଧନବୃଦ୍ଧି ହୋଇଥାଏ ଓ ପର୍ସ କେବେ ବି ଖାଲି ହୋଇ ନଥାଏ ।

୧. ଯଦି ଆପଣ ପାରୁଛନ୍ତି ତେବେ ମା’ ଲକ୍ଷ୍ମୀଙ୍କର ଗୋଟିଏ ରୂପା କଏନ ନେଇ ପୂଜା କରି ଆଣନ୍ତୁ ଓ ତାହାକୁ ପର୍ସରେ ରଖନ୍ତୁ । ଦେଖିବେ ଆପଣଙ୍କର ଉନ୍ନତି ବହୁ ମାତ୍ରାରେ ବଢିଯିବ ।

୨. ଯଦି ରୂପା କଏନ ରଖି ପାରୁ ନାହାଁନ୍ତି ତେବେ ଆପଣ କଉଡିଟିଏ କିମ୍ବା ଶଙ୍ଖନାଭି ପଥର ବା ଗୋମତୀ ଚକ୍ରଟିଏ ମା’ ଲକ୍ଷ୍ମୀଙ୍କ ପାଖରେ ପୂଜା କରି ପର୍ସରେ ରଖିପାରିବେ ।

୪. ଆଉ ଏକ ଉପାୟ ବି କରି ପାରିବେ । ଆପଣ ସକାଳୁ ସକାଳୁ ଉଠି ସ୍ନାନ କରି ଗୋଟିଏ ଓସ୍ଥ ପାତ୍ର ଆଣି ତାହାକୁ ଗଙ୍ଗା ପାଣିରେ ଧୋଇ ତା’ ଉପରେ ଶ୍ରୀ ଲେଖନ୍ତୁ ଓ ସେହି ପତ୍ରକୁ ମା’ ଲକ୍ଷ୍ମୀଙ୍କୁ ଆରାଧନା କରି ପର୍ସରେ ରଖି ଦିଅନ୍ତୁ । ପତ୍ରଟି ଶୁଖିଗଲେ ତାହାକୁ କାଢି ଦେଇ ସେହିପରି ପୁଣି ଏକ ନୂଆ ପତ୍ର ରଖନ୍ତୁ ।

୫. କେହି କେହି ପର୍ସରେ ମା’ ଲକ୍ଷ୍ମୀଙ୍କ ଫୋଟୋ ବା ଦେବା ଦେବୀଙ୍କ ଫୋଟୋ ରଖିଥାନ୍ତି । ଏହା ଆଦୌ କରନ୍ତୁ ନାହିଁ । ଏହା ବହୁତ କ୍ଷତିକାରକ ହୋଇଥାଏ ।

Tags: