latest

ଏସ୍ -400 ଟ୍ରିୟମ୍ପ ମିସାଇଲ ଡିଫେନ୍ସ ସିଷ୍ଟମର ସିରିଜ ଉତ୍ପାଦନ ଆରମ୍ଭ

Spread the love

 ଏସ୍ -400 ଟ୍ରିୟମ୍ପ ମିସାଇଲ ଡିଫେନ୍ସ ସିଷ୍ଟମର ସିରିଜ ଉତ୍ପାଦନ ଆରମ୍ଭ କରିଛି ଋଷିଆ ।  2025 ସୁଦ୍ଧା ଭାରତକୁ ସମସ୍ତ 5 ଟି ଯାକ ରେଜିମେଣ୍ଟ ଏସ-400 ଭାରତରେ ପହଞ୍ଚିଥିବ ବୋଲି ନିର୍ମାଣ କରୁଥିବା କମ୍ପାନି ରୋସଟେକର ସିଇଓ ସର୍ଗେଇ ଚେମେଜଭ କହିଛନ୍ତି । ସେ କହିଛନ୍ତି ଭାରତ ପକ୍ଷରୁ ଏସ-400 ପାଇଁ ଆବଶ୍ୟକ ଅଗ୍ରୀମ ପ୍ରଦାନ କରାଯାଇଛି । ଆମେ ଉତ୍ପାଦନ ଆରମ୍ଭ କରିଦେଇଛୁ ଓ ଠିକ ସମୟରେ ଯୋଗାଣ ସମ୍ପୂର୍ଣ୍ଣ ହୋଇଯିବ ।
ଋଷିଆରୁ 5 ଟି ରେଜିମେଣ୍ଟ ଏସ୍- 400 କିଣିବାକୁ 2018, ଅକ୍ଟୋବରରେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତକାଳରେ 5.43 ବିଲିୟନ ଡଲାର ( 40 ହଜାର କୋଟି ଟଙ୍କା) ର ଚୁକ୍ତି ହୋଇଥିଲା । ଏହି ଚୁକ୍ତି ଅନୁସାରେ ପ୍ରଥମ ଅଗ୍ରୀମ କିସ୍ତି (ମୋଟ ମୂଲ୍ୟର 10 %) ପ୍ରଦାନ କରିବାର 2 ବର୍ଷ ମଧ୍ୟରେ ପ୍ରଥମ ଏସ୍-400 ମିଳିବ । ଏହାର ଦୁଇ ବର୍ଷ ପରେ ଅନ୍ୟ ଏସ୍ -400 ଗୁଡିକ ଭାରତକୁ ମିଳିବ ।