ପାର୍କରେ ଦୁଇଜଣ ଦେଖିଲେ, ତୃତୀୟ ବ୍ୟକ୍ତି କଲା ମହିଳାଙ୍କୁ ଦୁଷ୍କର୍ମ

Spread the love

ଗୋଟିଏ ପାର୍କରେ ଦୁଇବ୍ୟକ୍ତିଙ୍କ ଉପସ୍ଥିତିରେ ତୃତୀୟ ବ୍ୟକ୍ତିଜଣକ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏହି ଘଟଣା ବ୍ରିଟେନର ଗ୍ରେଟ୍ ମଞ୍ଚେଷ୍ଟର ଅଞ୍ଚଳର ହୋଇଛି । ପୁଲିସ ସୂତ୍ର ଅନୁସାରେ , ମେସନେସ ପାର୍କର 16 ଗେଟରେ ଏହି ଘଟଣା ହୋଇଛି । ଉକ୍ତ ତିନିଜଣଙ୍କୁ ପୁଲିସ ଗିରଫ କରିନେଇଛି । ପୀଡିତାଙ୍କ ବୟସ 30ରୁ ଅଧିକ ହେବ ।

ରାତି ପ୍ରାୟ 9.20 ମିନିଟ୍ ସମୟରେ ଉକ୍ତ ମହିଳା ପାର୍କରେ ବୁଲିବାକୁ ଆସିଥିବା ବେଳେ ସମ୍ପୃକ୍ତ ତିନିଜଣଙ୍କ ସହ ଦେଖାହୋଇଥିଲା । ପରେ ମହିଳା ଉକ୍ତ ତିନିଜଣଙ୍କ ସହ କିଛି ସମୟ ପାର୍କରେ ବୁଲୁଥିଲେ । ଏହାପରେ ଜଣେ ବ୍ୟକ୍ତି ମହିଳାଙ୍କ ସହ ଦୁଷ୍କର୍ମ କରୁଥିବାବେଳେ ବାକି ଦୁଇଜଣ ଦେଖୁଥିଲେ । ସେଠାରେ ଅନ୍ୟଜଣେ ବ୍ୟକ୍ତି ପୁଲିସ  ଖବର ଦେଇଥିଲେ । ତିନି ଜଣଙ୍କ ବୟସ 24, 25 ଓ 33 ବୋଲି ପୁଲିସ କହିଛି ।

 

Tags: