latest

ହାର୍ଟ ଆଟାକ୍‌ର ପୂର୍ବ ସୂଚନା

Spread the love

 1- ଛାତିରେ ଯନ୍ତ୍ରଣା: ହାର୍ଟ ପମ୍ପିରେ ବାଧା ଯୋଗୁ ଏହା ହୋଇଥାଏ।

 2- ବାରମ୍ବାର ନିଶ୍ୱାସ ପ୍ରଶ୍ୱାସ ନେବା ବା ଧଇଁସଇଁ ହେବା: ହାର୍ଟକୁ ପର୍ଯ୍ୟାପ୍ତ ପରିମାଣର ରକ୍ତ ପହଞ୍ଚି ନ ପାରିବାରୁ ଏପରି ହୋଇଥାଏ।

 3- ଗଳାରେ ନିୟମିତ କଫ ରହିବା: ଏହା ରକ୍ତ ସଞ୍ଚାଳନରେ ଅନିୟମିତତାକୁ ସୂଚାଇ ଥାଏ।

 4- ସାଧାରଣତଃ ଶୋଇବା ସମୟରେ ପାଦ, ନଳୀ ଗଣ୍ଠି ଏବଂ ଗୋଡ ଫୁଲିବା: ରକ୍ତ ସଞ୍ଚାଳନରେ ଅନିୟମିତତା ଯୋଗୁ ଶରୀରର ତଳ ଅଙ୍ଗକୁ ଆବଶ୍ୟକ ଅନୁସାରେ ରକ୍ତ ପହଞ୍ଚିପାରେ ନାହିଁ।

5-  ତଳିପେଟ ଫୁଲିବା ଏବଂ ଯନ୍ତ୍ରଣା ହେବା: ଏହା ମଧ୍ୟ ରକ୍ତ ସଞ୍ଚାଳନ ଯୋଗୁ ହୋଇଥାଏ।

6-  ଅଳ୍ପ କାମ କରେ ଥକି ଯିବା ଏବଂ ଦେହହାତ ଥରିବା: ହାର୍ଟ ପମ୍ପିରେ ଅନିୟମିତତା ଯୋଗୁ ରକ୍ତ ସଞ୍ଚାଳନ ଆବଶ୍ୟକତା ଅନୁସାରେ ନ ହେବାରୁ ଏହା ହୋଇଥାଏ।

7-  ପିଠିର ଉପର ଭାଗରେ ଯନ୍ତ୍ରଣା: ଏହା ଆଞ୍ଜିନା ପେନ୍‌ ଯୋଗୁ ହୋଇଥାଏ।

8- ବେକରେ ରହି ରହି ଅଳ୍ପ ଯନ୍ତ୍ରଣା ହେବା: ଏହା ଆଞ୍ଜିନା ପେନ୍‌କୁ ସୂଚିତ କରିଥାଏ।

9- ହାତ ଗୋଡ଼ରେ ଅଳ୍ପ ଅଳ୍ପ ଯନ୍ତ୍ରଣା ରହି ରହି ହେବା: ଏହା ରକ୍ତସଞ୍ଚାଳନରେ ଅନିୟମିତତାକୁ ସୂଚାଏ।

Tags: