latest

ମହିଳାଙ୍କ ପାଇଁ ମହୌଷଧି କସୁରୀ ମେଥି

Spread the love

ମହିଳାଙ୍କ ନିକଟରେ ରକ୍ତହୀନତା ବା ଏନିମିଆ ଓ ଗର୍ଭଧାରଣ ସମୟରେ ହରମୋନରେ ଅସନ୍ତୁଳନ ଭଳି ଅନେକ ସମସ୍ୟା ଦେଖାଦେଇଥାଏ। ହେଲେ କସୁରୀ ମେଥି ମହିଳାଙ୍କ ଶରୀରରେ ଦେଖାଯାଉଥିବା ଛୋଟମୋଟ ସମସ୍ୟାକୁ କିପରି ଠିକ୍‌ କରିପାରିବ ସେ ସମ୍ପର୍କରେ ଜାଣି ରଖିବା।

ସନ୍ତାନ ପ୍ରସବ ପରେ କସୁରୀ ମେଥି ଶରୀର ପାଇଁ ବେଶ ଲାଭଦାୟକ। ବିଶେଷ କରି ସ୍ତନ୍ୟପାନ କରାଉଥିବା ମହିଳାମାନେ ଏହାକୁ ନିୟମିତ ଖାଇଲେ ଭଲ।

ମହିଳାଙ୍କ ଶରୀରରେ ରକ୍ତହୀନତା ଦେଖାଦେଲେ କସୁରୀ ମେଥି ଭଲ କାମ ଦେଇଥାଏ। କାରଣ ଏଥିରେ ଯଥେଷ୍ଟ ପରିମାଣରେ ଆଇରନ୍‌ ରହିଛି। ଏହା ହେମୋଗ୍ଲୋବିନର ପରିମାଣକୁ ବୃଦ୍ଧି କରିବା ସହ ଶରୀରରେ ରକ୍ତହୀନତା ଦୂର କରିଥାଏ।

ପେଟରେ ଇନ୍‌ଫେକ୍ସନ୍‌ ଥିଲେ ନିୟମିତ କସୁରୀ ମେଥି ଖାଇବା ଭଲ। ହୃଦ୍‌ରୋଗ ଓ ଗ୍ୟାଷ୍ଟ୍ରିକ ସମସ୍ୟା ଥିଲେ ନିୟମିତ କସୁରୀ ମେଥି ଖାଇଲେ ଏଥିରୁ ମୁକ୍ତି ମିଳିଥାଏ। ଉଷୁମ ପାଣି ସହ କସୁରୀ ମେଥି ଓ ଲେମ୍ବୁ ମିଶାଇ ଖାଇଲେ ପେଟ ଇନ୍‌ଫେକ୍ସନ୍‌ ଭଲ ହୋଇଥାଏ।

Tags: