latest

ବାଚସ୍ପତିଙ୍କୁ ତାରାଙ୍କ ଫ୍ଲାଇଂ କିସ୍

Spread the love

ଗୃହ ଭିତରେ ବାଚସ୍ପତି ପ୍ରବେଶ କଲା ମାତ୍ରେ ତାରା ପ୍ରସାଦ ବାହିନୀପତି ତାଙ୍କ ଉଦ୍ଦେଶ୍ୟରେ କିଛି ନା କିଛି ହାଲ୍କା ମନ୍ତବ୍ୟ ଦିଅନ୍ତି। କେଉଁ ଦିନ ତାଙ୍କ ପୋଷାକକୁ ପ୍ରଶଂସା କରନ୍ତି ତ କେଉଁଦିନ ହସକୁ। ପୁଣି କେଉଁ ଦିନ ବାଚସ୍ପତିଙ୍କ ଚାଲିକୁ ବି ପ୍ରଶଂସା କରନ୍ତି।

ଗତକାଲି ପିଇବା ପାଣି ସଂକ୍ରାନ୍ତରେ ପ୍ରଶ୍ନୋତ୍ତର ଚାଲିଥିଲା ବେଳେ ମୂଳ ପ୍ରଶ୍ନକର୍ତ୍ତା ଭାବେ ବାହିନୀପତି ଶେଷ ପ୍ରଶ୍ନ ପଚାରୁଥା’ନ୍ତି। ପ୍ରଶ୍ନ ପଚାରିଲା ପରେ ବାଚସ୍ପତିଙ୍କ ଆଡ଼କୁ ଚାହିଁ କହିଲେ, ବାଚସ୍ପତି ଆମେ ଗୋଟିଏ ଗାଁର ଲୋକ। ମୋତେ ସୁଯୋଗ ଦେଇଥିବାରୁ ଧନ୍ୟବାଦ। ଏତିକି କହି ତାରା ବାଚସ୍ପତିଙ୍କୁ ଚାହିଁ ଫ୍ଲାଇଂ କିସ୍ ଦେଇଥିଲେ। ଏହା ଦେଖି ଗୃହରେ ସମସ୍ତେ ହସିଥିଲେ।

Tags: