ରାଜ୍ୟରେ 6 ମାସରେ 604 ଜଣ ନାବାଳିକା ଦୁଷ୍କର୍ମର ଶିକାର

Spread the love

ଚଳିତ ବର୍ଷର ପ୍ରଥମ 6 ମାସରେ ପ୍ରାୟ 604 ଜଣ ନାବାଳିକା ଦଷ୍କର୍ମର ଶିକାର ହୋଇଥିବା ରିପୋର୍ଟରୁ ଜଣାପଡିଛି। ଗତବର୍ଷ 1430 ଜଣ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ବେଳେ ଦୈନିକ ପ୍ରାୟ 4 ଜଣ  ଦୁଷ୍କର୍ମର ଶିକାର ହେଉଥିବା ଆଜି ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ବିଦ୍ୟଶଙ୍କର ମିଶ୍ର ବିଧାନସଭାରେ ତଥ୍ୟ ଦେଇଛନ୍ତି । 

ମନ୍ତ୍ରୀଙ୍କ ତଥ୍ୟାନୁସାରେ, ଗତବର୍ଷ ମୋଟ 2502 ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଛି । ଗତବର୍ଷ ଦୈନିକ ୯ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଛି । ସେହିପରି 1430 ଜଣ ନାବାଳିକା ଏହି ଜଘନ୍ୟକାଣ୍ଡର ଶିକାର ହୋଇଛନ୍ତି ।  ଚଳିତ ବର୍ଷ ପ୍ରଥମ 6 ମାସରେ 604 ଜଣ ନାବାଳିକା ଦୁଷ୍କର୍ମର ଶିକାର ହୋଇଛନ୍ତି । ଯାହା ଦୈନିକ ପ୍ରାୟ 4 । ଆଜି ବିଧାନସଭାରେ ପ୍ରଶ୍ନୋତର ସମୟରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏହି ଉତର ରଖିଛନ୍ତି । 

Tags: